ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ବେଆଇନ ମଦ ଓ ଗଞ୍ଜେଇ କାରବାରକୁ ଜିଲ୍ଲାରୁ ହଟାଇବା ପାଇଁ ସାରା ଜିଲ୍ଲାରେ ପୋଲିସ ପକ୍ଷରୁ ପୋଲିସ ପେଟ୍ରୋଲି ବ୍ୟବସ୍ଥାକୁ କଡାକଡି କରାଯାଇଛି. ଏହି ପରିପ୍ରେକ୍ଷୀରେ ଅଡବା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ଏକ ସନ୍ଧାନ ପୂର୍ବକ ଚଢ଼ାଉ କରିଥିଲେ ।















