No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ବାଙ୍କୀ :- ସାମୁଦ୍ରିକ ବାତ୍ୟା ୟସ୍ ର ଭୟଙ୍କର ରୁପ କୁ ପୂର୍ବ ଅନୁମାନ କରି ଆଜି ବାଙ୍କୀ ଜିଲ୍ଲା କୃଷି ଅଧିକାରୀ ଶୈଳେନ୍ଦ୍ର ମହାନ୍ତି ଙ୍କ ତତ୍ୱାବଧାନରେ ଡମପଡା ଓ ବାଙ୍କୀ ବ୍ଲକ ର କୃଷି ଅଧିକାରୀ ଙ୍କ ସହ ଭରଚୁଆଲ ବୈଠକ କରି ଥିଲେ।ସମ୍ଭାବ୍ୟ ବାତ୍ୟା ରେ କିପରି ଚାଷୀ ର ଫସଲ ନଷ୍ଟ ନହେବ ସେ ସମ୍ପର୍କରେ ଚାଷୀ ମାନଙ୍କ ସଚେତନତା ଓ ସତର୍କ କରେଇବା ପାଇଁ କୃଷି ବିଭାଗ ପକ୍ଷରୁ ଡମପଡା କୃଷି ଅଧିକାରୀ ଗଣେଶ୍ୱର ରଥ ଓ ବାଙ୍କୀ କୃଷି ଅଧିକାରିଣୀ ଶୃତି ଝରା ସାହୁ ଙ୍କ ପରିଚଳନା ରେ ଏକ ଚାଷୀ ସଚେତନତା ପ୍ରଚାର ଗାଡି ବାଙ୍କୀ ଉପଖଣ୍ଡ ର ପ୍ରତ୍ୟେକ ଗ୍ରାମ ବୁଲି ଚାଷୀ ଭାଇ ଭଉଣୀ ଙ୍କୁ ସଚେତନ କରାଇ ଥିଲା ।
ଅମଳ ଉପଯୋଗୀ ମୁଗ,ବିରି,ପନିପରିବା କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଅନୁରୋଧ କରିବା ସହ କଦଳୀ ,ପଣସ ,ଆଖୁ ଓ ଲତାଜାତୀୟ ଫସଲ କୁ ଭରା ଦ୍ୱାରା ବାନ୍ଧିବାକୁ କୃଷି ବିଭାଗ ଚାଷୀ ଙ୍କୁ ଅନୁରୋଧ କରିଛି।ଛତୁ ଭାଡ଼ିକୁ ଭଲ ଭାବେ ବାନ୍ଧି ରଖନ୍ତୁ ଓ ଅମଳ ଉପଯୋଗୀ ଛତୁ ଙ୍କୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ।ଏହି ସମୟରେ ଜଳସେଚନ, କୀଟନାଶକ ଓ ସାର ପ୍ରୟୋଗ ସାମୟିକ ସ୍ଥଗିତ ରଖନ୍ତୁ. ପଶୁପକ୍ଷୀ ଙ୍କୁ ବାହାରକୁ ଚରିବାକୁ ଛାଡ଼ନ୍ତୁ ନାହିଁ।କୃଷି ଜିଲ୍ଲା ଅଧିକାରୀ ଶ୍ରୀ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରି ଛନ୍ତି ।(ରିପୋର୍ଟ ଗୌତମ ମିଶ୍ର )
No Result
View All Result