ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) କଂଗ୍ରେସ ତା-8.3.2020 ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀମତୀ ଗୀତାଞ୍ଜଳି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହି ଉପଲକ୍ଷେ ଏକ ପ୍ରଚାର ରଥ କରାଯାଇଛି।
ଯେଉଁ ରଥର ଉଦଘାଟନ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ରଥରେ କରୋନା ସଚେତନତା ଉପରେ ଉପାଦେୟ ଲେଖାମାନ ପ୍ରଦର୍ଶିତ ହୋଇଛି। ମହିଳା କଂଗ୍ରେସ ନେତୃବୃନ୍ଦ ଏହି ରଥ ସହ ମାଷ୍ଟରକଣ୍ଟିନ ଛକ ପର୍ୟ୍ୟନ୍ତ ଯାଇ ସେଠାରେ କରୋନା ସଚେତନତା ଉପରେ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ବିଶ୍ଵ ମହିଳା ଦିବସ ଉପଲକ୍ଷେ କହିଥିଲେ ଯେ, ଦେଶ ଓ ରାଜ୍ୟରେ ଏବେ ମହିଳା ଅସୁରକ୍ଷିତ। ବିଜେପି ଓ ବିଜେଡି ସରକାର ମହିଳା ସଶକ୍ତିକରଣ ଉପରେ ଡିଣ୍ଡିମ ପିଟୁଛନ୍ତି, ମାତ୍ର ଆମ ରାଜ୍ୟରେ ଦିନକୁ ୬ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ସୁରକ୍ଷା ଆଜିର ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ। ଏହି କାର୍ୟ୍ୟକର୍ମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ, ମନୋରଂଜନ ଦାଶ, ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାଶ, ଉମାରାନୀ ପାତ୍ର, ସିପ୍ରା ସେନାପତି, କୁସୁମ ପ୍ରଧାନ, ଶ୍ରୀୟା ପଣ୍ଡା, ଶ୍ରେୟା ମହାନ୍ତି, ସୁବ୍ରତ ମହାପାତ୍ର, ଗାନ୍ଧୀ ଜେନା, ସୁଶାନ୍ତ ତ୍ରିପାଠୀ, ଜୟକୃଷ୍ଣ ସୁବୁଦ୍ଧି,ରସିକ ପଟ୍ଟନାୟକ, ରାଜକିଶୋର ବାରିକ, ଅଶୋକ ଦାଶ, ସଞ୍ଜୟ ନାୟକ, ଆଶିଷ ମଲିକ,ମନୋଜ ସାହୂ, ପ୍ରସନ୍ନ ନାୟକ, ଅକ୍ଷୟ ଦାସ,ଦେବରାଜ ମିଶ୍ର, ମାନସ ସେଠୀ, ଶିବନ ମୁଶାରଫ,ଲୁଲୁ ଅହମଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।