• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
May 22, 2021
in Uncategorized
0
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ ଶନିବାର ) ନୟାଗଡ଼ :- ନୟାଗଡ଼ ଡା. ପୋମା ଟୁଡୁ ,ଜିଲ୍ଲାପାଳ, ନୟାଗଡ଼ଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଘଟିକା ସମୟରେ ଗୁଗୁଲ ମିଟ୍‌ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସର୍ବପ୍ରଥମେ ମାନ୍ୟବର ସାଂସଦ କଟକ ଶ୍ରୀଯୁକ୍ତ ଭର୍ତୃହରି ମହତାବ,ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ,ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ବୈଠକକୁ ସ୍ୱାଗତ ଜଣାଇଥିଲେ ା

ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ବୈଠକ ଡକାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ନୟାଗଡ଼ରେ କୋଭିଡ୍‌ର ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରି କହିଲେ ଯେ, ଖଣ୍ଡପଡ଼ା ଓ ଚାନ୍ଦପୁର ଠାରେ ଥିବା କୋଭିଡ୍ ହସପିଟାଲରେ ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର ମହଯୁଦ ରହିଛି । ସେହିପରି କୋଭିଡ୍‌ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ଓଉଟ ବେଡ୍ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଯେଉଁମାନେ ହୋମଆଇସୋଲେସନରେ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କଂଟ୍ରୋଲ ରୁମକୁ ପରିଚାଳନା କରିବା ସହିତ ମୋବାଇଲ ଗୁଡ଼ିକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ କହିଥିଲେ ।

ଗଣିଆ,ଛାମୁଣ୍ଡିଆ,ଭାପୁର ଆଦି ଅଂଚଳରେ ପାଓାର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓମାନେ ସଂପୃକ୍ତ ପଂଚାୟତ ଅଧ୍ୟକ୍ଷ ଏବଂ ଅଧିକାରୀମାନଙ୍କୁ ଡକାଇ ପ୍ରତି ଶୁକ୍ରବାର ଦିନ ଏକ ଟାକ୍ସ ଫୋର୍ସ ମିଟିଙ୍ଗ୍ କରିବେ । ଆସନ୍ତା କାଲି ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବା ପାଇଁ ଡା. ଟୁଡୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସି.ଡି.ଏମ.ଓ., ସି.ଡି.ଭି.ଓ. ଏବଂ ସି.ଏସ.ଓ ନିଜ ନିଜ କାର୍ଯ୍ୟକୁ ପ୍ରାକୃତିକ ବିପର୍ଯୟ ସମୟରେ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ସ୍ଥାନରେ ଚୁଡ଼ା ଗୁଡ଼,ମହମବତୀ, ଦିଆସିଲ, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହଯୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିଭଳି ୨ ସି.ଡି.ଏମ.ଓ. ଆବଶ୍ୟକୀୟ ଔଷଧପତ୍ର, ଓ.ଆର.ଏସ . ପାଉଡର, ସାପ କାମୁଡ଼ା ଔଷଧ ଆଦି ମହଯୁଦ ରଖିବା ପାଇଁ କହିଥିଲେ । ସି.ଡି.ଭି.ଓ. ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଯୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ବୈଠକରେ ବିବରଣୀ ପାଠ କରିବା ସହିତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରି ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ସଜାଗ ରହିବା ନିମନ୍ତେ ସମସ୍ତ ପଦାଧିକାରୀଙ୍କୁ କହିଥିଲେ । ମାନ୍ୟବର ସାଂସଦ କଟକ କହିଲେ ଯେ, କାହାକୁ ଟୀକା ଦିଆଯିବ, କେତେ ଟୀକା ଆଜି ସୁଦ୍ଧା ଆସିଛି ସେ ସଂପର୍କରେ ବିବରଣୀ ପ୍ରଦାନ କରିବା ପାଇଁ ବୈଠକରେ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନ ଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନମାନଙ୍କର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବନ୍ୟା ସମୟରେ ପାଣି ପଶି ଯେପରି ଘରଦ୍ୱାର ଭାଙ୍ଗି ନ ଯାଏ ଗାଁଗୁଡ଼ିକ ବିପଦର ସମ୍ମୁଖୀନ ନ ହୁଏ ସେଥିପାଇଁ ଆବଶ୍ୟକ ସ୍ଥାନମାନଙ୍କରେ ଆଡ଼ିବନ୍ଧ ବ୍ୟବସ୍ଥା କରିବା ପାଇଁ ଶ୍ରୀଯୁକ୍ତ ମହତାବ କହିଥିଲେ । ମାନ୍ୟବର ଖଣ୍ଡପଡ଼ା ବିଧାୟକ ପାନୀୟଜଳ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଧିକାରୀମାନେ ମହାମାରୀ ସମୟରେ ମନୋବଳକୁ କମ ନ କରି ସଦା ସଜାଗ ରହି ଅନ୍ୟମାନଙ୍କୁ ସଜାଗ ହେବା ପାଇଁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ନଳକୂଅଗୁଡ଼ିକ ଶୀଘ୍ର ମରାମତି କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ ।

ମାନ୍ୟବର ବିଧାୟକ ଦଶପଲ୍ଲା ଗଣିଆ ବ୍ଲକରେ ସମ୍ଭାବ୍ୟ ବନ୍ୟା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ କରିଥିଲେ । ଦଶପଲ୍ଲା ବ୍ଲକରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଏବଂ କୋଭିଡ୍ ଟୀକା ହିତାଧିକାରୀମାନଙ୍କୁଧେଯାଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ନିର୍ବାହୀ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ୩ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, (ନୟାଗଡ଼ ରିପୋର୍ଟ/ରାମକୃଷ୍ଣ ରଥ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version