No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ ଶନିବାର ) ଭୁବନେଶ୍ୱର :- ଅଗ୍ରଣୀ ସିମେଂଟ୍ କମ୍ପାନୀ, ଜେକେ ଲକ୍ଷ୍ମୀ ସିମେଂଟ୍ ୨୦୨୦-୨୧ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଏହାର ବ୍ୟବସାୟରେ ୨୫% ବୃଦ୍ଧି ସହିତ ୧୩୨୧.୯୯ କୋଟି ଟଙ୍କାର ବ୍ୟବସାୟ କରିଛି । ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୧୦୬୧.୧୯ କୋଟି ଟଙ୍କା ରହିଥିଲା । ପେଟ୍କୋକ୍, ଡିଜେଲ୍, ଫ୍ଲାଏ ଆଶ୍, ଜିପ୍ସମ୍ ଭଳି ଇନ୍ପୁଟ୍ଗୁଡିକର ମୂଲ୍ୟରେ ବୃଦ୍ଧି ସତ୍ୱେ ଜେକେ ଲକ୍ଷ୍ମୀ ସିମେଂଟ୍ ସର୍ବୋଚ୍ଚ ଭଲ୍ୟୁମ୍, ସର୍ବୋଚ୍ଚ ପ୍ରତିବଦ୍ଧତା, ଉନ୍ନତ ଦକ୍ଷତା, ଉନ୍ନତ ଉତ୍ପାଦ ମିଶ୍ରଣ ଆଦି ଆଧାରରେ ନିଜର ଲାଭ ବୃଦ୍ଧି କରିପାରିଛି । ଜାନୁଆରୀ-ମାର୍ଚ୍ଚ ୨୦୨୦ର ୨୨୪.୫୨ କୋଟି ଟଙ୍କା ତୁଳନାରେ ଜାନୁଆରୀ-ମାର୍ଚ୍ଚ ୨୦୨୧ରେ କମ୍ପାନୀର ଇବିଆଇଟିଡ଼ିଏ ୨୯୫.୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସୁଧ ଓ ଅବମୂଲ୍ୟନ ପାଇଁ ପ୍ରଦାନ କରିବା ପରେ ଏହି ଅବଧିରେ ପିବିଟି ୬୬% ବୃଦ୍ଧି ହୋଇ ୨୧୭.୪୫ କୋଟି ଟଙ୍କାରେ ପହଂଚିଛି ଯାହା ଏହାର ପୂର୍ବ ବର୍ଷ ସମାନ ତ୍ରୈମାସରେ ୧୩୧.୦୯ କୋଟି ଟଙ୍କା ଥିଲା । ସାଧାରଣ ନିୟମ ବହିର୍ଭୂତ ସାମଗ୍ରୀ, ଟିକସ ଓ ଅନ୍ୟାନ୍ୟ ବିସ୍ତୃତ ଆୟ ପାଇଁ ପ୍ରଦାନ କରିବା ପରେ ଜେକେ ଲକ୍ଷ୍ମୀ ସିମେଂଟ୍ର ଲାଭ ଏହି ତ୍ରୈମାସରେ ୩୭% ବୃଦ୍ଧି ସହିତ ୧୩୮.୨୭ କୋଟି ଟଙ୍କାରେ ପହଂଚିଛି ଯାହା ଜାନୁଆରୀ- ମାର୍ଚ୍ଚ ୨୦୨୦ରେ ୧୦୧.୨୧ କୋଟି ଟଙ୍କା ଥିଲା । ଏପ୍ରିଲ ୨୦୨୦- ମାର୍ଚ୍ଚ ୨୦୨୧ ମଧ୍ୟରେ ୧୨ ମାସରେ କମ୍ପାନୀର ବିକ୍ରି ୮% ବୃଦ୍ଧି ହୋଇ ୪୩୮୪.୭୧ କୋଟି ଟଙ୍କା ରହିଛି ଯାହା ଏହାର ପୂର୍ବ ଅବଧିରେ ୪୦୪୩.୫୦ କୋଟି ଟଙ୍କା ଥିଲା । ଉନ୍ନତ ପରିଚାଳନା ପରିମାପ ସହିତ ଇବିଆଇଟିଡ଼ିଏ ୨୦% ବୃଦ୍ଧି ହୋଇ ୮୬୪.୨୨ କୋଟି ଟଙ୍କା (ପୂର୍ବାବଧିରେ ୭୨୨.୪୬ କୋଟି ଟଙ୍କା) ରହିଥିଲା ।
ପିଏଟିରେ ଜେକେ ଲକ୍ଷ୍ମୀ ସିମେଂଟ୍ର ଲାଭ ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସର ୨୩୬.୧୧ କୋଟି ଟଙ୍କା ତୁଳନାରେ ୫୫% ବୃଦ୍ଧି ହୋଇ ଏହି ତ୍ରୈମାସରେ ୩୬୬.୨୪ କୋଟି ଟଙ୍କା ରହିଛି । ଏସମ୍ପର୍କରେ କମ୍ପାନୀର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବିନିତା ସିଂଘାନିଆ କହିଛନ୍ତିଯେ, “ଏହି ପ୍ରଦର୍ଶନକୁ ମହାମାରୀ ଅବଧି ସମୟରେ ହାସଲ କରାଯାଇଛି ଯେତେବେଳେ ଆମେ ପ୍ରାୟ ୫୫ ଦିନର ଉତ୍ପାଦନ ଓ ୪୦ରୁ ୪୫ ଦିନର ବିକ୍ରି ହରାଇଥିଲୁ । ଏହା ଅତ୍ୟନ୍ତ ସନ୍ତୋଷଜନକ ଏବଂ ଏହା ଟିମ୍ ଜେକେ ଲକ୍ଷ୍ମୀ ସିମେଂଟ୍ର ଆଗ୍ରହ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି ।” କମ୍ପାନୀ ବୋର୍ଡ ପ୍ରତି ଇକ୍ୱିଟି ସେୟାର ପିଛା ୩.୭୫ ଟଙ୍କାର ଲାଭାଂଶ ପାଇଁ ସୁପାରିଶ କରିଛି, ଉଦାହରଣ ସ୍ୱରୁପଃ; ୩୧ ମାର୍ଚ୍ଚ ୨୦୨୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ୭୫%ର ଲାଭାଂଶ ସୁପାରିଶ କରାଯାଇଛି ।
No Result
View All Result