କଟକ, ଭୁବନଶ୍ୱର (ଓଡିଶା ତାଜା ନିଉଜ ) ସାଲେପୁର 08/03/20:- କଟକ ଜିଲ୍ଲା ସାଲେପୁର ପୋଲିସ ଉପଖଣ୍ଡ ଅଧୀନ ମାହାଙ୍ଗା ଭଦ୍ରେସ୍ୱର ଫାଣ୍ଡି ପୋଲିସକୁ ଚାଲେଞ୍ଜ କରି ଦୁର୍ବୁତ୍ତ ମାନେ ଫାଣ୍ଡି ନିକଟରେ ଥିବା ପଂଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି 4 ଲକ୍ଷରୁ ଅଧିକ ମୂଲ୍ୟର ରୂପା ଓ ସୁନା ଅଳଙ୍କାର ସହ ପଂଚାୟତ କାର୍ଯ୍ୟାଳୟ ଆଲମିରା ଭାଙ୍ଗି ତା ମଧ୍ୟରୁ 42 ହଜାର ଭତ୍ତା ଟଙ୍କା ଲୁଟ କରିଚନ୍ତି, ଫାଣ୍ଡି ଠାରୁ 50 ମିଟର ଦୂରରେ ଥିବା ପାନ ଷ୍ଟେସନାରୀ ଓ ଟେଲର ଦୋକାନ ତାଲା ଭାଙ୍ଗି 20 ହଜାରରୁ ଉର୍ଦ୍ଧ ସାମଗ୍ରୀ ଲୁଟି ନେଇଛନ୍ତି. ଅନନ୍ତ ନାଥ ଙ୍କ ଷ୍ଟେସନାରୀ ଦୋକାନ ଓ ରଘୁନାଥ ମଲିକ ଙ୍କ ଟେଲର ଦୋକାନ ତାଲା ଭାଙ୍ଗି ଲୁଟ ହେଇଚି,
ପଂଚାୟତ କାର୍ଯ୍ୟାଳୟ ରେ ଏକ ବଡ ଟ୍ରଙ୍କ ଯୋଉଥିରେ ଭଦ୍ରେଶ୍ୱର ଦୁର୍ଗା ପୂଜା କମିଟିର ଦେବୀ ଦୁର୍ଗାଙ୍କ ଦେଢ଼ କେଜି ଓଜନର ଦୁଇଟି ରୂପା ମୁକୁଟ, ସୁନା ଆଖି, ଏକ ବଡ ଘଣ୍ଟି କୁ ଦୁର୍ବୁତ୍ତ ମାନେ ଚୋରିକରି ନେଇଛନ୍ତି, ଗତ ତିନିଦିନ ପୂର୍ବେ ଏହି ସାଲେପୁର ଉପଖଣ୍ଡ ପଲିସ ଅଧୀନ କୁମୁଡା ଜୟପୁର ଫାଣ୍ଡିର କୋଠପଦା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ର ଏଟିଏମ କୁ ଦୁର୍ବୁତ୍ତ ମାନେ ରାତିରେ ତାଡି ଏଟିଏମ ମେସିନ କୁ ସମ୍ପୂର୍ଣ ଭାଙ୍ଗିଦେଇଥିବାବେଳେ ଟଙ୍କା ଲୁଟ ରେ ବିଫଳ ହୋଇଥିଲେ, ସାଲେପୁର ପୋଲିସ ଉପଖଣ୍ଡ ଅଧିକାରୀଙ୍କ ଅଧୀନରେ ଥିବା ବିଭିନ୍ନ ଥାନା ଓ ଫାଣ୍ଡି ଅଂଚଳରେ ଘନଘନ ଚୋରି ଡାକୟତୀ ରାହାଜାନି ଗୁଳିକାଣ୍ଡ ଘରପୋଡି ଭଳି ସଙ୍ଗିନ ଅପରାଧ ଘଟଣା ବାରମ୍ବାର ଘଟିବା ଓ ପୋଲିସ ସେମାନଙ୍କର ଟେର ନପାଇବା ଘଟଣା ପୋଲିସ ର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି, ଗୋଟେ ପଟେ ଥାନା ଫାଣ୍ଡି ଅଧିକାରୀ ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ଅପରାଧ ଘଟଣାର ତଦନ୍ତ କରି ଅପରାଧୀଙ୍କୁ ଧରିବା ସହ ଅପରାଧୀଙ୍କ ଚେର ପର୍ଯ୍ୟନ୍ତ ପହଂଚିବା ପୂର୍ବରୁ କଣ ପାଇଁ କେସ କୁ ବନ୍ଦ କରି ତଦନ୍ତ ଅଧାରେ ରହୁଛି ତାହାନେଇ ପୋଲିସ ଉପରିସ୍ଥ ଅଧିକାରୀ ମାନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି,
ପୋଲିସ ତଦନ୍ତ କରି ମୁଖ୍ୟ ଆସମୀ ମାନଙ୍କ ନିକଟରେ ପହଂଚିବା ପୂର୍ବରୁ କୁଆଡେ ବଡ ବଡ ବାବୁ ମାନେ ମୋଟା ରକମର ଅଙ୍କ ନେଇ କେଶକୁ ରଫାଦଫା କରିବାପାଇଁ କେଶକୁ ବନ୍ଦ କରିବାକୁ ଚେଷ୍ଟା ଚଳାଇ ଥିବା ବଜାର ଘାଟରେ ଶୁଣିବାକୁ ମିଳୁଛି, କିଛି ପୋଲିସ ବାବୁ ଅପରାଧୀଙ୍କୁ ଘଣ୍ଟ ଗୋଡ଼ାଇବା ପାଇଁ ମାସିକିଆ ଡ଼ିଲ କରି ସେମାନଙ୍କ ନାମ ପୋଲିସ ଚାର୍ଜ ସିଟରୁ କାଟିବା ପାଇଁ ମସୁଧା ହୋଇଥିବା ଶୁଣିବାକୁ ବି ମିଳୁଛି, ଯଦି ଏଭଳି ସ୍ଥଳରେ ପୋଲିସ ଏଭଳି କାର୍ଯ୍ୟରେ ଲିପ୍ତ ରୁହେ ତେବେ ଅପରାଧୀମାନେ କଣ ପାଇଁ ପୋଲିସ କୁ ଭୟ କରିବେ, ଯାହା ସ୍ୱରୂପ ସାଲେପୁର ପୋଲିସ ଉପଖଣ୍ଡ ଅଧିକାରୀ ଙ୍କ ଅଧୀନରେ ଥିବା ଅଂଚଳରେ ବାରମ୍ବାର ସଙ୍ଗୀନ ଅପରାଧ ଭଳି ଘଟଣା ଘଟୁଛି, ବାରମ୍ବାର ଭଦ୍ରେଶ୍ୱର ଫାଣ୍ଡିକୁ ଟାର୍ଗେଟ କରି ଦୁର୍ବୁତ୍ତ ମାନେ ଫାଣ୍ଡି ନିକଟରେ ବ୍ୟାଙ୍କ ତାଡିବା ଦୋକାନ ବଜାର ଲୁଟ କରିବା ଘଟଣା ପୋଲିସ କୁ ଏକ ରକମ ଚାଲେଞ୍ଜ ହୋଇଛି, ଦେଖାଯାଉ ଏହି ଘଟଣା ପରେ ଆମ ପୋଲିସ କେମିତିକା ଆକ୍ସନ ନଉଛି ଦୁର୍ବୁତଙ୍କୁ ଧରିବାକୁ ତାହା ବାକି ରହିଲା,