No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ବାଙ୍କୀ :- ସାମୁଦ୍ରିକ ଝଡ଼ “ୟସ୍” କୁ ନେଇ ଆଜି ବାଙ୍କୀ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ସାମୁଦ୍ରିକ ଝଡ଼ “ୟସ୍” ୨୫ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଅଂଚଳର ଝାଟିମାଟି ,ଅବଜେଷ୍ଟ ଘରେ ରହୁଥିବା ବ୍ୟକ୍ତିମାନଙ୍କୁ କୋଭିଡ ପରୀକ୍ଷା କରାଯାଇ ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ସ୍କୁଲମାନଙ୍କରେ ରଖାଯିବା ସହ ନେଗେଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳର ରଖାଯିବା ପାଇଁ ନିଷ୍ପତ୍ତି କରାଯାଇଛି ।
ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାପଦରେ ରଖାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ବାତ୍ୟା ଆସେ ସେଥିପାଇଁ ଉଭୟ ବ୍ଲକରେ ୭ଗୋଟି ଉଦ୍ଧାର କାରୀ ଦଳ ପ୍ରସ୍ତୁତ ରଖାଯିବା ବ୍ୟବସ୍ଥା କରାଯାଇଛି । ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖାଯିବା ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହିତ ବାତ୍ୟା ସମୟରେ ବିଦ୍ୟୁତ୍ ସରବରାହକୁ ଠିକ୍ ରଖିବା ପାଇଁ ବିଦ୍ୟୁତ୍ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି । ବାତ୍ୟା ପୂର୍ବରୁ ସମ୍ଭାବ୍ୟ ପ୍ରଭାବିତମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା , ସେମାନଙ୍କୁ ଖାଦ୍ୟ ସମାଗ୍ରୀ ଯୋଗାଇ ଦେବା ସହିତ ଶୂନ୍ୟ ମୃତାହତକୁ ବଜାୟ ରଖିବା ପ୍ରଶାସନର ପ୍ରଥମ କାମ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା କହିଥିଲେ ।
ଏହି ବୈଠକରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଧୂଳେଶ୍ୱର ପ୍ରଧାନ, ବାଙ୍କୀ ବ୍ଲକ ବି.ଡି.ଓ ପ୍ରଦୀପ କୁମାର ଶତପତୀ ,ବ୍ଲକ ଆକାଉଣ୍ଟ୍ସ୍ ଅଫିସର ମଧୁସ୍ମିତା ପରିଜା ,ଅତିରିକ୍ତ ବାଙ୍କୀ ବ୍ଲକ ମଣ୍ଡଳ ଅଧିକାରୀ ସୁଚିସ୍ମିତା ନାୟକ, ଡମପଡ଼ା ବ୍ଲକ ବି.ଡି.ଓ ଆର୍ତ୍ତବନ୍ଧୁ ଲେଙ୍କା, ଡମପଡ଼ା ତହସିଲଦାର କ୍ଷୀତିସ ବେହେରା, ବାଙ୍କୀ ଅଗ୍ନଶମ ବିଭାଗ ଅଧିକାରୀ ପ୍ରଫୁଲ ଓଝା,ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result