No Result
View All Result
୨୪ ଘଣ୍ଟିଆ ହେଲପଲାଇନ୍ ସହ ୩୦ଟି ଜିଲ୍ଲାରେ ଶିଶୁମାନଙ୍କ ନିମନ୍ତେ ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ସଂପ୍ରତି କୋଭିଡ୍-୧୯ର ଦ୍ୱିତୀୟ ଲହରରେ ଅନେକ ପରିବାରରେ ମାତା ପିତାଙ୍କ କୋଭିଡ୍ରେ ମୃତ୍ୟୁ ହେବା କିମ୍ବା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅନାଥ ଏବଂ ଅସହାୟ ହୋଇଯାଉଛନ୍ତି । କୋଭିଡ୍ ଆକ୍ରାନ୍ତ ପରିବାରର ଏହି ଶିଶୁ ମାନଙ୍କୁ ରଖିବା ପାଇଁ ମଧ୍ୟ କେହି ଆତ୍ମୀୟସ୍ୱଜନ, ନିକଟ ସଂପର୍କୀୟ ଆଗେଇ ଆସୁନାହାନ୍ତି । ଏହି ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ୍ଲାଇନ୍ ୧୦୯୮ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ସହ ରାଜ୍ୟ ହେଲ୍ପଲାଇନ୍ ୧୦୪ ଜାରି କରାଯାଇଛି ।
୧୮ ବର୍ଷରୁ କମ୍ ବୟସର ଅସହାୟ ଓ ବିପଦସଂକୁଳ ଅବସ୍ଥାରେ ଥିବା କୌଣସି ଶିଶୁ, ମାତା ପିତା ବିହୀନ ଶିଶୁ କିମ୍ବା କରୋନା ସଂକ୍ରମିତ ହୋଇ ସଂଗରୋଧରେ ଥିବା ପିତାମାତାଙ୍କ ଶିଶୁ କାହାର ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲପଲାଇନ୍ରେ କିଞ୍ଚା ନିକଟସ୍ଥ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଯୋଗାେଯୋଗ କରିବାକୁ କୁହାଯାଇଛି । ଏଥି ପାଇଁ ପ୍ରତି ଜିଲ୍ଲାରେ ସର ପଞ୍ଚମାନଙ୍କୁ ନେଇ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇଛି । ଏହି ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ନାଗରିକ ସଂଗଠନ ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନର ମଧ୍ୟ ସହାୟତା ନିଆଯାଉଛି ।

ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ କରି ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ଯତ୍ନ ଏବଂ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି ଏବଂ ଭର୍ଚୁଆଲ ବୈଠକ ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି । ଏହି ଅସହାୟ ଶିଶୁମାନଙ୍କୁ ମାନସିକ ସ୍ତରରେ ଦୃଢ଼ ରଖିବା ନିମନ୍ତେ ନିୟମିତ ମନସ୍ତାତ୍ତ୍ୱିକ ପରାମର୍ଶ ଦିଆଯାଉଛି । ପ୍ରତ୍ୟେକ କୋଭିଡ୍ ହସ୍ ପିଟାଲ୍ ଏବଂ କୋଭିଡ୍ ଯତ୍ନ କେନ୍ଦ୍ର, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଚାର ପତ୍ର ଲଗାଯାଇ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ।
ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କୋଭିଡ୍ ପ୍ରଭାବିତ ୪ ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇ ଆର୍ଥିକ ସହାୟତା ପ୍ରଦାନ ସହ ସାମୟିକ ଭାବେ ରଖାଯାଇଛି । ବିଭାଗୀୟ ଯୁଗ୍ମ ସଚିବ, ଶିଶୁ କଲ୍ୟାଣଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି । ସେହିଭଳି ରାଜ୍ୟରେ ଥିବା ୨୩୮ଟି ଶିଶୁ ଯତ୍ନ ଅନୁଷ୍ଠାନରେ ୮୫୦୦ ଶିଶୁ ରହୁଛନ୍ତି ଏବଂ ସେମାନଙ୍କ ଯତ୍ନ ନେବା ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ଏହି ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ କୋଭିଡ୍ ସଂ ପର୍କିତ ସମସ୍ତ ସତର୍କତା ଏବଂ ନିୟମାବଳୀ ପାଳନ ନିମନ୍ତେ ପଦକ୍ଷେ ପ ନିଆଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍ ସଂକ୍ରମଣ ଓ ପରିଚାଳନା ନିମନ୍ତେ ନିୟମିତ ଭର୍ଚୁଆଲ ତାଲିମ ପ୍ରଦାନ କରାଯାଉଛି । ଶିଶୁ ମାନଙ୍କୁ କରୋନା ସମୟରେ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ନିମନ୍ତେ କରୋନା ପଞ୍ଜିକା ଦିଆଯାଇଛି ।
ଏହି କଠିନ ସ୍ଥିତିରେ ଅନୁଷ୍ଠାନ ପରିଚାଳନାରେ ଯେଭଳି କୌଣସି ଆର୍ଥିକ ବାଧା ନ’ଆସିବ, ସେଥି ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଉଛି । ପ୍ରତ୍ୟେକ ଯତ୍ନ ଅନୁଷ୍ଠାନକୁ ଥର୍ମାଲ ସ୍କାନର, ଅକ୍ସିମିଟର, ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି । ପ୍ରତ୍ୟେକ ଶିଶୁ ଯତ୍ନ ଅନୁଷ୍ଠାନରେ ସଙ୍ଗରୋଧ ଗୃହ ବ୍ୟବସ୍ଥା କରାଯିବା ସହ ନିୟମିତ ଭାବେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ ଟିମ୍ର ସଦସ୍ୟ, ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ, ୧୮୧ ହେଳ୍ପଲାଇନ୍ କର୍ମଚାରୀ ଏବଂ ଓ୍ୱାନ୍ଷ୍ଟ ପ୍ ସେଣ୍ଟରର କର୍ମଚାରୀମାନଙ୍କୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ କୋଭିଡ୍ ଟିକାକରଣ କରାଯାଉଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶିଶୁ ମାନଙ୍କ ସୁରକ୍ଷା ଏବଂ ଥଇଥାନ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଅଧିକାରୀମାନଙ୍କୁ ଭର୍ଚୁଆଲ ବୈଠକ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଜିଲ୍ଲା ପାଳମାନଙ୍କୁ ପତ୍ର ଲେଖି ସଂପୂର୍ଣ୍ଣ ମାର୍ଗଦର୍ଶିକା ପ୍ରେରଣ କରିବା ସହ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।
No Result
View All Result