No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆର. ଉଦୟଗିରି ସହରରେ ଆଶା କର୍ମୀ ମାନେ ସାହି ସାହି ବୁଲି ଡାକ ବାଜି ଯନ୍ତ୍ର ଦ୍ବାରା କରୋନା ଟୀକା ନେବା ପାଇଁ ଲୋକଙ୍କୁ ସଚେତନତା କରାଇଥିଲେ l ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଗ୍ରାମର ଆଶା କର୍ମୀମାନେ ଆଜି ଦିବା ୧୦ ଘଣ୍ଟା ସମୟରେ ଦିଗବାଣ ସାହି, ଚାଞ୍ଚଡାସାହି, ତେନ୍ତୁଳିସାହି, ବଙ୍ଗଳାସାହି ଓ ହାଟପଦା ସାହିରେ ଉଦୁଉଦୁଆ
ଖରାରେ ସାହି ସାହି ବୁଲି କରୋନା ଟିକା କରଣ ନେଇ ସ୍ଥାନ ଜଣାଇବା ସହ କରୋନା ଟିକା କେଉଁ କେଉଁ ବୟସର ଲୋକ ମାନେ ନେବେ ଏହାକୁ ନେଇ ଡାକବାଜି ଯନ୍ତରେ ଜଣାଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ଜୋସ୍ନା ପାଇକ , ବିଜୟ ଲକ୍ଷ୍ମୀପାଇକ ରାୟ ଏବଂ ମିତାଞ୍ଜଳି ପାତ୍ର ଯୋଗ ଦେଇ ଉପରୋକ୍ତ ସାହି ଗୁଡିକର ଲୋକ ମାନଙ୍କୁ ସଚେତନତା କରାଇଥିଲେ ଆଶାକର୍ମୀଙ୍କ ଉପରୋକ୍ତ କାର୍ଯ୍ୟକୁ ନେଇ ଆର. ଉଦୟଗିରି ଗ୍ରାମର ଜନସାଧାରଣ ପ୍ରଂଶସା କରିଛନ୍ତି l ( ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result