No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖା ଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସହାୟତାର ହାତ ବଢାଇଛନ୍ତି ।
ଜିଲ୍ଲା ପାଇଁ ଆବଶ୍ୟକୀୟ “ଅକ୍ସିଜେନ କନସେଣ୍ଟ୍ରେଟର” ଯନ୍ତ୍ର କିଣିବା ପାଇଁ ବ୍ରହ୍ମପୁର ସାଂସଦ ନିଜ ହାତ ପାଣ୍ଠିରୁ ଗଜପତି ଜିଲ୍ଲା ପ୍ରଶାସନକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏଥିପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଗଜପତି ବାସୀ ସାଧୁବାଦ ଜଣାଇଛନ୍ତି । (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result