No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) ରାୟଗଡ :- କୋରୋନା କଟକଣାକୁ ଫୁ । ଭୁଲି ଗଲେ ସରକାରି ଗାଇଡ ଲାଇନ, ବିବାହ ଭୋଜି ଆୟୋଜନ କଲେ ରାୟଗଡବ୍ଲକ ଉପଦକ୍ଷା ! ଏଭଳି ଦୃଶ୍ୟ ଦେଖିବାକୁ ମେଳିଛି ରାୟଗଡବ୍ଲକ ଗଣ୍ଡାହାତି ପଂଚାୟତ ଅନ୍ତର୍ଗତ ରତ୍ନତାଲୋସିଙ୍ଗି ଗ୍ରାମଠାରେ !ଯାହାକି ଗୁରାଣ୍ଡି ଥାନା ଅଧୀନରେ ଥିବା ରତ୍ନ ତାଳସିଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି। ଗଣ୍ଡାହାତି ପଞ୍ଚାୟତ ସମିତି ସଭ୍ୟା ତଥା ରାୟଗଡବ୍ଲକ ଉପଦକ୍ଷ T.ଇଶ୍ଵରୀ ଓ ତାଙ୍କ ସ୍ୱାମୀ BJD ନେତା ଟି.ବିଶ୍ୱନାଥ ଙ୍କ ଝିଅଙ୍କ ବାହାଘର ଭୋଜି । ଶହ ଶହ ଲୋକଙ୍କ ଭିଡରେ ଜମିଥିଲା ହାଇପ୍ରୋଫାଇଲ ବାହାଘର ଭୋଜି। କୋରୋନା କଟକଣା, ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ କାହାରି ଖାତିର ନଥିଲା ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାୟଗଡ ତହସିଲଦାର ସୁଶ୍ରୀ ଲୀଳାବତୀ ଆଚାର୍ଯ୍ୟ ଓ ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ମିଳିତ ଭାବେ ଚଢ଼ାଉ କରି ଭୋଜି ଆୟୋଜକଙ୍କ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଥିବା ରାୟଗଡ ତହସିଲଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସରକାର କୋରୋନା (Coroanvirus) କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ କଟକଣା ଜାରି କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ ଗଜପତି ପ୍ରଶାସନର ଅଣଦେଖା ସାଙ୍ଗକୁ

ଲୋକଙ୍କ ବେପରୁଆ ମନୋଭାବ ଆଉ କେତେ ଲୋକଙ୍କୁ ଯେ ବିପଦରେ ପକାଇବ ତାହା କହିବା ଅସମ୍ଭବ।କୋରାନ ମହାମାରୀ ଯୋଗୁ ଉକ୍ତ ଅଞ୍ଜଳରେ ବହୁଲୋକ ଆକ୍ରାନ୍ତ ହୋଉଥିବା ବେଳେ ରାଜ୍ୟ ଶରକାରଙ୍କର ଆଦେଶକୁ ବେଖାତ୍ରି ହୋଉଥିବା କେତେଦୂର ଯଥାର୍ଥ ଅଞ୍ଚଳରେ କଣ ପରିସ୍ଥିତି ହେଉଅଛି ତାହା ଦେଖିବାକୁ ବାକି ରହିଲା !ସରକାରୀ ଦଳରେ ଥିବା ବ୍ଳକ ଉପଦକ୍ଷ ଯଦି ଆଇନ ନ ମାନନ୍ତି ତାହା ହେଲେ ସାଧାରଣ ଲୋକେ କେମିତି ମାନିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହେଉଛି (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result