• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖରିଫ କାର୍ଯ୍ୟକ୍ରମ-୨୦୨୧ କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରି ଫସଲ ଚାଷ ଉପରେ ମନ୍ତ୍ରୀ ଡ.ସାହୁଙ୍କ ଗୁରୁତ୍ୱ

Proprietor Abhimanyu Maharana by Proprietor Abhimanyu Maharana
May 18, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
ଖରିଫ କାର୍ଯ୍ୟକ୍ରମ-୨୦୨୧ କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରି ଫସଲ ଚାଷ ଉପରେ ମନ୍ତ୍ରୀ ଡ.ସାହୁଙ୍କ ଗୁରୁତ୍ୱ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଭୁବନେଶ୍ୱର :- ୨୦୨୦୧ କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟ କୃଷି କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ଖରିଫରେ କୋଭିଡ୍‌-୧୯ର ଅସ୍ୱାଭିବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରେକର୍ଡ ପରିମାଣର ଉତ୍ପାଦନ ହୋଇପାରିଥିଲା । ଚଳିତ ଖରିଫ ୨୦୨୧ରେ କୋଭିଡର ଦ୍ୱିତୀୟ ଲହରକୁ ଉଚିତ୍‌ ମୁକାବିଲା ଓ ସମସ୍ତ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରି ରାଜ୍ୟର କୃଷକମାନେ ଆଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଆଶା ରହିଛି । କୃଷକମାନଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଖରିଫ କାର୍ଯ୍ୟକ୍ରମ-୨୦୨୧ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବୈଠକରେ ମନ୍ତ୍ରୀ ଡ. ସାହୁ କହିଲେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଖରିଫ ୨୦୨୧ରେ ମୋଟ୍‌ ୧୧୭.୫ ଲକ୍ଷ ମେଟ୍ରିକ୍‌ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆଶା ରହିଛି । ୫.୩ ଲକ୍ଷ ମେଟି୍ରକଟନ୍‌ ଡାଲି ଜାତୀୟ ଫସଲ ସମେତ ୧୦୨ ଲକ୍ଷ ମେଟି୍ରକ ଟନ୍‌ ଶସ୍ୟ, ୩.୦୧ ଲକ୍ଷ ମେଟି୍ରକଟନ୍‌ ତୈଳବୀଜ, ୬.୮୨ ଲକ୍ଷ ଗାଣ୍ଠି କପା, ୧ ଲକ୍ଷ ଗାଣ୍ଠି ଝୋଟ ଓ ମେସ୍ତା, ୫.୩୯ ଲକ୍ଷ ମେଟି୍ରକଟନ୍‌ ମସଲା ଏବଂ ପ୍ରାୟ ୭୨ ଲକ୍ଷ ମେଟି୍ରକଟନ ପନିପରିବା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଫସଲର ବିବିଧିକରଣ ଏବଂ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ‘ ଚଳିତ ଖରିଫରେ ପ୍ରାୟ ୧ଲକ୍ଷ ୫୦ ହଜାର ହେକଫର ଜମିରେ ଅଣଧାନ ଓ ଅର୍ଥକାରୀ ଫସଲ ଚାଷ କରାଯିବାର ଳକ୍ଷ୍ୟ ରଖାଯାଇଛି ।

ଏଥିସହିତ ଚାଷ ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ, ଉଦ୍ୟାନ କୃଷି ଆଦି କରି କୃଷକଙ୍କ ଆୟ ବୃଦ୍ଧି କରାଯିବାର ସୁଯୋଗ ରହିଥିବା ବେଳେ ଏସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଏକାନ୍ତ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ , ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଯୋଗ ଯୋଜନାରେ ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡ. ସାହୁ କହିଥିଲେ । ଖରିଫରେ ଚାଷୀମାନେ ଯେପରି ଆବଶ୍ୟକ କୃଷି ସାମଗ୍ରୀ ଓ ଉନ୍ନତମାନର ବିହନ ଏବଂ ସାର ଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ପାଇପାରିବେ ସେଥିନିମନ୍ତେ ଆଗୁଆ ପଦକ୍ଷେପ ନେବାପାଇଁ ମନ୍ତ୍ରୀ ଡ.ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ ୫.୩୬ ଲକ୍ଷ କ୍ୱିଣ୍ଟାଲ ବିହନ ଏବଂ ୯.୧୫ ଲକ୍ଷ ମେଟି୍ରକଟନ୍‌ ବିଭିନ୍ନ ସାର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଅଦ୍ୟାବଧି ୪ ଲକ୍ଷ କ୍ୱିଣ୍ଟାଲ ବିହନ ଓ ୫୦ ହଜାର ମେଟି୍ରକଟନ୍‌ ୟୁରିଆ ସାର ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇସାରିଲାଣି ‘ ଚଳିତ ଖରିଫରେ ରାଜ୍ୟର ୮୧ଟି ବ୍ଲକ୍‌ର ୫୬,୦୦୦ ହେକଫର ଜମିରେ ଲଘୁ ଶସ୍ୟ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇ ଥିବାବେଳେ ୨୦୨୧-୨୨ରେ ୨.୫ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବା ପାଇଁ ଯୋଜନା କରାଯାଇଛି । କୃଷି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ମୋଟ ୧୭,୬୫୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ । ଭୂମିହୀନ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ବଳରାମ ଯୋଜନାରେ ପର୍ଯ୍ୟାପ୍ତ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏଥିସହିତ ଖରିଫ ଚାଷ ସମୟରେ କୌଣସି ପ୍ରତିକୂଳ ପାଣିପାଗକୁ ପ୍ରତିହତ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ କଣ୍ଟିଜେଣ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ । ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫’ଟିି’କୁ କୃଷି ବିଭାଗର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅନୁପାଳନ କରାଯାଇ କୃଷି କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରାଯାଇଛି । କୃଷି ଓ କୃଷକ ଶସକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଖରିଫରେ ଚାଷୀମାନଙ୍କୁ କୃଷି ସାମଗ୍ରୀର ଯୋଗଣ ସମୀକ୍ଷା କରିବା ପାଇଁ ପ୍ରତି ସପ୍ତାହରେ ରାଜ୍ୟସ୍ତରରେ ବୈଠକ କରାଯାଉଛି । ଚଳିତ ଖରିଫରେ ସମନ୍ୱିତ କୃଷି, ଅଧିକ ଅଣଧାନ ଓ ଅର୍ଥକରୀ ଫସଲ ଚାଷ, ଉଦ୍ୟାନ କୃଷି ଏବଂ ଫସଲ ଅମଳ ପରବର୍ତ୍ତୀ ପରିଚାଳନ ଓ ଏହାର ବିକି୍ରବଟା ଏବଂ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ବଶିଷ୍ଠ କହିଥିଲେ । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ କହିଲେ ଜଳସେଚନର ସମସ୍ତ ସମ୍ଭାବନାକୁ ଉପଯୋଗ କରି ଚାଷଜମିକୁ ଜଳ ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

୨.୭୪ ଲକ୍ଷ ହେକଫର ଅଧିକ ଜମିକୁ ଜଳସେଚନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ଅନୁଗର୍ଗ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଖରିଫ ଓ ରବି ଫସଲ ନିମନ୍ତେ ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ୬୫ ପ୍ରତିଶତରୁ ଅଧିକ ଫସଲ ଋଣ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର.ରଘୁ ପ୍ରସାଦ କହିଥିଲେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟ, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ, କୁକୁଡା ଚାଷ ଇତ୍ୟାଦି ନିମନ୍ତେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନାରେ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଫାର୍ମ ଫଣ୍ଡରେ ଜଳସେଚନ ସହିତ ମତ୍ସ୍ୟ ଚାଷର ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଥିଲେ ।

ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ.ପବନ କୁମାର ଅଗ୍ରୱାଲ ଯୋଗଦେଇ କହିଲେ ଉନ୍ନତମାନର ବିହନ ଓ ଆଧୁନିକ ଚାଷ ପ୍ରାଣାଳୀ ପ୍ରୟୋଗ କରି ଓଡ଼ିଶାର ଚାଷୀମାନେ କିପରି ଉନ୍ନତି କରିପାରିବେ ସେଥିନିମନ୍ତେ ବିଶ୍ୱବିଦ୍ୟାଳୟ ସର୍ବଦା ଉଦ୍ୟମ କରିଆସିଛି । ଏଥି ନିମନ୍ତେ ସଂପ୍ରସାରଣ ସେବାକୁ ଦୃଢ଼ କରାଯିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌.ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ବିଭାଗ ଦ୍ୱାରା ଖରିଫ ଚାଷ ନିମନ୍ତେ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ଖସଡା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026

Recent News

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version