ବୋଲଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଲୋକସଭାରେ ମହିଳା ସରଂକ୍ଷଣ ବିଲକୁ କଂଗ୍ରେସ ଓ ବିଜେଡିର ବିରୋଧକୁ ନେଇ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ଦଳ ପକ୍ଷରୁ ଓ ଜିଲ୍ଲା ଉପ ସଭାପତି ବାସୁଦେବ ସାହୁଙ୍କ ନେତୃତ୍ୱରେ ବୁଧବାର ଦିନ ବୋଲଗଡ଼ ଗୋପବନ୍ଧୁ ଛକରେ ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ବରିଷ୍ଠ ବିଜେପି କର୍ମୀ ରବୀନ୍ଦ୍ରନାଥ ପରିଡା, ପଞ୍ଚାଗଡ଼ ମଣ୍ଡଳ ସଭାପତି ମିଥୁନ ପାଇକରାୟ, ପଞ୍ଚାଗଡ଼ ମଣ୍ଡଳ ମହିଳା ମୋର୍ଚ୍ଚା କର୍ମୀ ମିତାଲି ପରିଡା , ସ୍ବପ୍ନରାଣୀ ପରିଡା, ବନ୍ଦିତା ସାହୁ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ !

ଏହି ଜନ ଆକ୍ରୋଶ ମହିଳା ସମାବେଶର କର୍ମକର୍ତ୍ତାମାନେ ବିଜେଡି ଓ କଂଗ୍ରେସର ହୀନ ରାଜନୀତିକୁ ବିରୋଧ ସହିତ ଘୋର ନିନ୍ଦା କରି ” ଦେଶର ପ୍ରଗତି ପାଇଁ ସଶକ୍ତ ନାରୀ, ବିଜେଡି -କଂଗ୍ରେସ ମାରିଲେ ଛୁରୀ ନାରl ଦେଇଥିଲେ ! ଏହି ବିଶାଳ ମହିଳା ସମାବେଶରେ ବୋଲଗଡ଼ ବ୍ଲକର ବିଭିନ୍ନ ଗ୍ରାମଗୁଡିକରୁ ଶତାଧିକ ମହିଳାକର୍ମୀମାନେ ଯୋଗଦେଇ ବ୍ଲକ ସମୁଖରେ ଅଖିଳେଶ ଯାଦବ,















