• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବାପ୍ ସେ ଯାଦା ବେଟା

Proprietor Abhimanyu Maharana by Proprietor Abhimanyu Maharana
March 7, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
ବାପ୍ ସେ ଯାଦା ବେଟା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ତା-7.3.2020 ଡ଼କ୍ଟର ଜୀମୂତ ମଂଗରାଜ :- ଓଡ଼ିଶା ଜନତା ଦଳର ପୂର୍ବତନ ସଭାପତି ଅଶୋକ ଦାସ ପ୍ରବାଦ ପୁରୁଷ ଏବଂ ଖାରବେଳ ବୋଲି ନିଜକୁ ପରିଚୟ ଦେଉଥିବା ବିଜୁ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ଥିଲେ । ଅଶୋକ ଦାସଙ୍କର ସାକ୍ଷାତକାର ନେବା ସମୟରେ ସେ କହିଥିଲେ- ବିଜୁବାବୁ ରାମଚନ୍ଦ୍ର ହେଲେ ସେ ହେଉଛନ୍ତି ହନୁମାନ । ତାଙ୍କ ଛାତିଫାଡ଼ିଦେଲେ ବିଜୁ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ ତାଙ୍କ ହୃଦୟରେ । ଯଦିଓ ରାମଚନ୍ଦ୍ରଙ୍କର ବହୁ ଭକ୍ତ ଥିଲେ କିନ୍ତୁ ହନୁମାନ କହିଲେ ହିଁ ରାମଚନ୍ଦ୍ର ପ୍ରସଙ୍ଗ ଉଠେ । ଭାଗବତରେ ଅଛି- ତୁ ଯେବେ କରିବୁ ମୋତେ ଆଶ୍ରିତ ମୁଁ କରେ ସର୍ବନାଶ । ତୁ ଯଦି ହୁଅଇ ମୋର ଆହୁରି ଆଶ୍ରିତ ମୁ ତୋର ଦାସର ଦାସ । ଏହିପରି ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ବୋଲି ଅଶୋକ ଦାସ କହିଥିଲେ । ବିଜୁ ପଟ୍ଟନାୟକଙ୍କୁ ସେ ଯେତେ ଭଲ ପାଉଥିଲେ ତାଠାରୁ ତାଙ୍କୁ ଅଧିକ ଭଲପାଉଥିଲେ ବିଜୁ ପଟ୍ଟନାୟକ । ୧୯୯୦ ମସିହାରେ ବିଜୁବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ଅଶୋକ ଦାସଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅଶୋକ ଦାସ କହିଥିଲେ- ଆପଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଆଉ ମୋତେ କୋରେଇ ବିଧାୟକ ହେବାର ସୁଯୋଗ ଦିଅନ୍ତୁ । ମନ୍ତ୍ରୀତ୍ୱ ନୁହେଁ ଲୋକ ସେବା ହେଉଛି ମୋର କର୍ତବ୍ୟ । ରାଜ୍ୟ ଜନତାଦଳର ସଭାପତି ପାଇଁ ଆଦୌ ସେ ଲାଳିତ ନଥିଲେ । କିନ୍ତୁ ଆକସ୍ମିକ ଭାବେ ବିଜୁ ପଟ୍ଟନାୟକ ତାଙ୍କର ନାମ ସଭାପତି ପାଇଁ ଘୋଷଣା କରିଥିଲେ । ସେହିପରି ୧୯୯୫ ମସିହାରେ ବିଜୁ ବାବୁ ଓଡ଼ିଶା ବିଧାନସଭାରେ ବିରୋଧ ଦଳ ନେତା ହେଲେ । ପରବର୍ତୀ ସମୟରେ ସେ ଯେତେବେଳେ ଲୋକସଭାକୁ ନିର୍ବାଚିତ ହେଲେ ସେତେବେଳେ ଓଡ଼ିଶା ବିଧାନସଭାରେ କିଏ ଜନତା ଦଳର ବିରୋଧୀ ଦଳ ନେତା ହେବ ତାହାକୁ ନେଇ ଟଣା ଓଟରା ଚାଲିଲା । ବିଜୁବାବୁ ଅଶୋକ ଦାସଙ୍କ ମୁଣ୍ଡରେ ବିରୋଧୀ ଦଳ ନେତା ପଗଡ଼ି ବାନ୍ଧି ଦେଇଥିଲେ । ଏ ହେଉଛି ଅଶୋକ ଦାସ ଆଉ ବିଜୁ ପଟ୍ଟନାୟକଙ୍କର ସମ୍ପର୍କ । ଅଶୋକ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । ଡ଼ାକ ନାମ ବବି । ବାପା ଥିବା ବେଳେ ବବି ରାଜନୀତିରେ ପ୍ରବେଶ କରିନଥିଲେ । ବାପାଙ୍କ ମୃତ୍ୟୁ ପରେ ଅତି ଆକସ୍ମିକ ଭାବେ ୨୦୦୯ ମସିହାରେ ବବି ରାଜନୀତିରେ ପ୍ରବେଶ କଲେ । ଆଉ ବିଜେଡ଼ିରୁ ଯାଜପୁରରୁ ପ୍ରାର୍ଥୀ ହୋଇ ଜିତିଲେ । ସେହି ଦିନଠାରୁ ଯାଜପୁର ଜିଲ୍ଲାରେ ବବି କ୍ରମେ ଲୋକପ୍ରିୟ ହେବାକୁ ଲାଗିଲେ । ୨୦୧୪ ମସିହା ବେଳକୁ ବବି କ୍ରମେ ବିଜେଡ଼ି ସଂଗଠନରେ ବେଶ ପାରଗଂମ ହୋଇଚାଲିଲେ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୁଣ୍ଡରେ ମନ୍ତ୍ରୀ ପଗଡ଼ି ବାନ୍ଧି ଦେଲେ । କିଛି ବର୍ଷ ମନ୍ତ୍ରୀ ହେବା ପରେ କ୍ରମେ ବବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ହେବାରେ ଲାଗିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ଭି.କେ. ପାଣ୍ଡିଆନ୍‌ଙ୍କର ମଧ୍ୟ ନିକଟତର ହେଲେ ବବି । ଯେତେବେଳେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେଲା ସେତେବେଳେ ବବି ମନ୍ତ୍ରୀ ପଦରେ ନରହି ସଂଗଠନ ବ୍ୟାପାର ବୁଝିବା ଉପରେ ଗୁରୁତ୍ୱ ଦେଲେ ।

ବିଜେଡ଼ିର ସଭାସମିତି ହେଉ କି ଜିଲ୍ଲା ସଂଗଠନ ବ୍ୟାପାର ହେଉ କିମ୍ବା ସାଧାରଣ ନିର୍ବାଚନରେ କାହାକୁ ଟିକଟ ମିଳିଲେ ବିଜୟୀ ସମ୍ଭାବନା ଅଧିକ ହେବ ସେ ଦିଗରେ ଗୋଟି ଚାଳନା କରିବା ହେଉ ସବୁ କ୍ଷେତ୍ରରେ ବବିଙ୍କର ବିଜେଡ଼ିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଲା । ବବିଙ୍କ ଉପରେ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଗାଢ଼ ବିଶ୍ୱାସ ରହିଲା । ବବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବେଟା’ ବୋଲି ଡ଼ାକିଲେ । ୨୦୧୯ ନିର୍ବାଚନରେ ବିଜେପି ସହିତ ଯେଉଁ ଯୁଦ୍ଧ କରି ବିଜେଡ଼ି ୧୧୩ଟି ଆସନରେ ଜିତିଲା ସେ କ୍ଷେତ୍ରରେ ବବିଙ୍କ ପରିଶ୍ରମକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ସାଙ୍ଗକୁ ପାଣ୍ଡିଆନ୍‌ଙ୍କର ଗୋଟି ଚାଳନା ଆଉ ବବିଙ୍କର ସଂଗଠନ କାରବାର ବିଜେଡ଼ିକୁ ୨୦୧୯ରେ ବେଶ ଆଗକୁ ନେଇଗଲା । ୨୦୧୯ରେ ଯେଉଁ ମନ୍ତ୍ରୀମଣ୍ଡଳ ଗଠନ କରାଗଲା ସେଥିରେ ସାମିଲ ହେବାକୁ ବବି ଇଚ୍ଛା ପ୍ରକାଶ କଲେ ନାହିଁ । ବିଜେଡ଼ିର ସଂଗଠନ ବ୍ୟାପର ସହିତ ସେ ନିଜକୁ ସାମିଲ କରିବା ପାଇଁ ଇଚ୍ଛୁକ ହେଲେ । ତାଙ୍କର ଏହି ଇଚ୍ଛା ଉପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଲେ । ପୂର୍ବରୁ ବବି ବିଜେଡ଼ିର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ବବିଙ୍କୁ ମିଳିଲା ଗୁରୁତ୍ୱପୁର୍ଣ୍ଣଦାୟିତ୍ୱ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କଟକ ସଭାରେ ଯେଉଁ ଘୋଷଣା କଲେ ସେଥିରୁ ସ୍ପଷ୍ଟ ହୋଇଗଲା ଯେ, ବବି ହେଉଛନ୍ତି ବିଜେଡ଼ି ଦଳ ପାଇଁ ଅପରିହାର୍ଯ୍ୟ । ନବୀନ ପଟ୍ଟନାୟକ ତାଙ୍କୁ ବିଜେଡ଼ିରେ ସାଂଗଠନିକ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଲେ ।

ଏହାପରେ ବବିଙ୍କ ମୁହଁରେ ହସ ଆସିଲା କି ନାହିଁ ତାହା ଭିନ୍ନ କଥା । କିନ୍ତୁ ବବିଙ୍କ ପାଖକୁ ଛୁଟି ଚାଲିଲେ ବିଜେଡ଼ିର ନେତା, କର୍ମୀ ମାନେ ସମ୍ବର୍ଦ୍ଧନା ଦେବା ପାଇଁ । ଏକ ଢ଼ଗ ଅଛି । ତାହା ହେଲା- ବାପ୍ ସେ ଯାଦା ବେଟା । ବବିଙ୍କ ବାପା ଅଶୋକ ଦାସ ଥିଲେ ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ । ସେଥିପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କୁ ରାଜ୍ୟ ଜନତା ଦଳର ସଭାପତି କରିଥିଲେ । ଆଉ ବିରୋଧୀ ଦଳର ନେତା ବି କରିଥିଲେ । ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଅନେକ ମଧ୍ୟ କୁହନ୍ତି ବାପ୍ ସେ ଯାଦା ବେଟା ବୋଲି । ସେହି ପରି ଅଶୋକ ଦାସଙ୍କ ପୁଅ ବବିଙ୍କୁ ମଧ୍ୟ ଏବେ କୁହାଯାଉଛି ବାପ୍ ସେ ଯାଦା ବେଟା ବୋଲି । ବିଜୁ ପଟ୍ଟନାୟକଙ୍କ ପାଖରେ ଯେମିତି ଅଶୋକ ଦାସ ଥିଲେ ନବୀନ ପଟ୍ଟନାୟକ ପାଖରେ ଏବେ ଅଶୋକଙ୍କ ପୁଅ ବବି ହୋଇଛନ୍ତି । ଯେମିତି ଅଶୋକଙ୍କ ଉପରେ ବିଜୁଙ୍କ ଭରଷା ଥିଲା ସେହିପରି ବବିଙ୍କ ଉପରେ ନବୀନଙ୍କ ଭରଷା ରହିଛି । ଯେମିତି ଅଶୋକ ଦାସ ମନ୍ତ୍ରୀ ପଦ ମୋହରେ ନଥିଲେ ସେହିପରି ବବି ମଧ୍ୟ ହୋଇଛନ୍ତି । ଯେମିତି ଅଶୋକ ଦାସ ଦଳ ଆଗ ବ୍ୟକ୍ତି ପଛକୁ ଗୁରୁତ୍ୱ ଦେଉଥିଲେ ଏବେ ବବି ମଧ୍ୟ ସେହି ମନ୍ତ୍ରକୁ ଆପଣାଇ ନେଇଛନ୍ତି । ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କର ଯେପରି ନିଗୁଢ଼ ସମ୍ପର୍କ ଥିଲା ଏବେ କ୍ରମେ ନବୀନ ପଟ୍ଟନାୟକ ଓ ବବିଙ୍କର ସମ୍ପର୍କ ସେହିପରି ହେବାକୁ ଲାଗିଛି । ଇତିହାସରେ ପଢ଼ାଯାଏ ଯେ, ଇତିହାସର ପୁର୍ନାବୃତି ହୁଏ । ଆମକୁ ଏହା ଦେଖିବାକୁ ଅଧିକ ବାଟ ଯିବାକୁ ପଡ଼ିଲାନାହିଁ । ମାତ୍ର ଗୋଟିଏ ପୁରୁଷ । ସେପଟେ ବିଜୁ ଓ ଅଶୋକ । ଏପଟେ ନବୀନ ଓ ବବି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026

Recent News

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version