No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ରାୟଗଡା :- ଗଜପତି ଜିଲ୍ଲା ରାୟଗଡ ଠାରେ ରବିବାର ପ୍ରତ୍ୟେକ ଘର ଘର ବୁଲି ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚକରିଥିବା ଦେଖିବାକୁ ମିଳିଛି । ବିଗତ ଦିନରେ ରାୟଗଡରେ କିଛି ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ଏହାକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନେଇଥିବା ଜଣାପଡିଛି । ତେବେ ଏମାନେ ସ୍ବାସ୍ଥ୍ୟବସ୍ତା ଯାଞ୍ଚ କରୁଥିବା ସମୟରେ ରାୟଗଡ ଗୋଷ୍ଠି ଉର୍ନୟନ ଅଧିକାରୀ ଓ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ୟୁ ଗିରିଜାପତି
ପହଞ୍ଚି ସ୍ବାସ୍ଥ୍ୟବସ୍ତା ଯାଞ୍ଚର ତଦାରଖ କରିଥିଲେ । ଆଜି ସପ୍ତାହଅନ୍ତ ସଟଡାଉନ ହୋଇଥିବା ହେତୁ ସମସ୍ତେ ନିଜ ନିଜର ଘରେ ରହୁଥିବା ବେଳେ ଉକ୍ତ ଯାଞ୍ଚ ହୋଇଥିବା ହେତୁ ଗ୍ରାମର ପ୍ରାୟ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ହୋଇଥିବା ଜଣାପଡିଛି । ତେବେ ରାୟଗଡରେ ଗତ କିଛି ଦିନ ହେବ କେହି ଜଣେ ହେଲେ କରୋନା ଆକ୍ରାନ୍ତ ହୋଇନଥିବା ହେତୁ ରାୟଗଡ ବାସି ଅସ୍ୱସ୍ତି ପାଇଛନ୍ତି ଓ ସରକାରଙ୍କ ନିୟମକୁ ମାନି ଘରେ ରହୁଥିବା ଜଣା ପଡ଼ିଛି ।
(ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )
No Result
View All Result