No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ପ୍ରେରଣା ଓ ସ୍ୱାସ୍ଥ୍ୟ ବିଭାଗ ର ଚୟନ ପରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ର ତଦାରଖ ରେ ଆଜି ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଘାସପୁଟ ଠାରେ ସାଇ ସାମର୍ଥ୍ୟ ଚିକିତ୍ସାଳୟ ପରିସରରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ବାଙ୍କୀ ଉପଖଣ୍ଡର କରୋନା ସଂକ୍ରମିିତ ବ୍ୟକ୍ତିମାନେ ଏହି କେନ୍ଦ୍ରରେ ଯାହାର ସଂଗରୋଧ ଘର ନାହିଁ ସେମାନେ ସଂଗରୋଧ ରହି ଚିକିତ୍ସିତ ହୋଇ ପାରିବେ ଏଥିସହ ଯେଉଁ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ପରିଲକ୍ଷିତ ହେବ ସେମାନେ ଏହି କେୟାର କେନ୍ଦ୍ରରେଚିକିତ୍ସିତ ହେବେ ।
କେନ୍ଦ୍ରରେ ୨୪ଘଣ୍ଟିଆ ସେବା ଯୋଗେଇ ଦିଆଯିବ ଓ ପରିବାର ଲୋକମାନେ ସଂକ୍ରମିତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ବୁଝିବା ପାଇଁ ହେଲ୍ପଡେସ୍କ୍ ସ୍ଥାପନ କରାଯାଇଛି । ଏଠାରେ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲେ ସେମାନଙ୍କୁ କଟକ ସମେତ ଅନ୍ୟାନ୍ୟ କୋଭିଡ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରାଯିବ । ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ଜିଲ୍ଲା କୋଭିଡ ପରିଚାଳକ ଉମେଶ ରାୟ, ସହକାରୀ ଜିଲ୍ଲାପାଳ ଅଳକା ଦେବତା, ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,
ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଧୂଳେଶ୍ୱର ପ୍ରଧାନ, ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ୍ ପଣ୍ଡା,ଡମପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଶାନ୍ତିଲତା ଦେଇ , ଅପର୍ଣ୍ଣlମହାପାତ୍ର,ଉମା କାନ୍ତ ସ୍ବାଇଁ ,ସାମ୍ବାଦିକ ତଥା ସମବାୟବିତ ସୁବାସ ଚନ୍ଦ୍ର ପାଢ଼ୀ ,ସମିତି ସଭ୍ୟ ଅଜିତଜେନା (ବାବୁ),ସରପଞ୍ଚ ପ୍ରତିନିଧି ଅସିତ ଜେନା ,ଜିଲ୍ଲାପରିଷଦ ପ୍ରତିନିଧି ସମୀର ପ୍ରଧାନ ପ୍ରମୁଖ କୋଭିଡ କଟକଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ସାଇସାମର୍ଥ୍ୟ ଚିକିତ୍ସାଳୟର ଡାଇରେକଟର ଅବିନାଶ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।(ରିପୋର୍ଟ – ଗୌତମ ମିଶ୍ର )
No Result
View All Result