No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ବ୍ରଜରାଜନଗର:- ଝାରସୁଗୁଡା ପୁଲିସର ଇନ୍ସପେକ୍ଟର ସ୍ତରରେ ରବିବାର ଅଦଳବଦଳ କରାଯାଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୬୪୨ ଅନୁଯାୟୀ ୩ ଜଣ ଇନ୍ସପେକ୍ଟରଙ୍କୁ ବଦଳି ହୋଇଛି। ଅପରପକ୍ଷରେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୫ ଜଣ ସବ-ଇନ୍ସପେକ୍ଟରକୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠଙ୍କୁ ବ୍ରଜରାଜନଗର ଥାନାକୁ ବଦଳି କରାଯାଇଛି।
ବେଳପାହାଡ଼ ଆଇଆଇସି ରଶ୍ମିତା ବେହେରାଙ୍କୁ ବନହରପାଲି ଥାନା ଓ କଲ୍ୟାଣି ବେହେରାଙ୍କୁ ଓରିଏଣ୍ଟ ଆଇଆଇସି ଭାବେ ବଦଳି କରାଯାଇଛି। ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୫ ଜଣଙ୍କ ମଧ୍ୟରୁ ରଞ୍ଜନ କୁମାର ବିଶ୍ୱାଳଙ୍କୁ ବେଳପାହାଡ଼ ଥାନା ଅଧିକାରୀ ଏବଂ ଦୁଖୀନ୍ଦ୍ର ସାହୁଙ୍କୁ ଲଖନପୁର ଆଇଆଇସିର କାର୍ଯ୍ୟଭାର ପ୍ରଦାନ କରାଯାଇଛି।
ସେହି ପରି ସୁନୀଲ କୁମାର ସରାଫଙ୍କୁ ଆଇୟୁସିଏଡବ୍ଲୁକୁ ବଦଳି କରାଯିବା ସହିତ ତାଳପଟିଆ ଇନଚାର୍ଜର ଦାୟିତ୍ୱ ପ୍ରଦାନ କରାଯାଇଛି। ଇଗ୍ନେସ ବାର୍ଲାଙ୍କୁ ଆଇୟୁସିଏଡବ୍ଲୁ ଓ ସିପୋୟା ସରାୟେ ଲୁଗୁନଙ୍କୁ ଆଇଏଏଚଟିୟୁକୁ ବଦଳି କରାଯାଇଛି। ଅପରପକ୍ଷରେ ବଦଳି ପାଇଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟମୁକ୍ତ ହୋଇ ଆସନ୍ତା କାଲି ୧୭.୦୫.୨୦୨୧ ନୂତନ ସ୍ଥାନରେ ଯୋଗ ଦେବାକୁ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ନିର୍ଦେଶ ପ୍ରଦାନ କରିଛନ୍ତି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result