No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ନିକଟ ଆଦିବାସୀ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୨ ତେଲେଙ୍ଗାନା ଫେରନ୍ତା କରୋନା ପଜିଟିଭ ହେବା ଶୁଣି ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଲୁହାଗୁଡି ସଙ୍ଗ ରୋଧ କେନ୍ଦ୍ରରୁ ପ୍ରବାସୀ ପାଚେରୀ ଡେଇଁ ଯାଉଥିବା ଏହା ପଛର କାରଣ ଜଣ ଜଣାପଡୁନି । ସେମାନଙ୍କୁ ଖାଦ୍ୟରେ ଅବହେଳା ନା ସରକାରୀ ଯୋଗାଉଥିବା ସୁବିଧା ସେମାନଙ୍କ ନିକଟରେ ପହଞ୍ଚିପାରୁନି । ନା ପଞ୍ଚାୟତର ପିଇଓ ନା ନୋଡାଲ ଅଫିସରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏପରି ଘଟଣା ବାରମ୍ଵାର ଘଟୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାରି ଫଳରେ ଗତ ୧୧ ତାରିଖରେ ଅଡବା ଥାନା ଅନ୍ତର୍ଗତ ଘାସପଦା ଗ୍ରାମର ଆନ୍ଧ୍ର ଫେରନ୍ତା ପ୍ରବାସୀ ଓଡ଼ିଆ ପାଚେରୀ ଡେଇଁ ଚାଲିଯାଇଥିଲେ।

ପରେ ସେ ନିଜେ ଅଡ୍ବା ଥାନାରେ ଆତ୍ମସମର୍ପଣ କରିଥିଲେ। । ଏହି ଘଟଣା ଘଟିବାର ଦୁଇଦିନ ନ ବିତୁଣୁ ପୁଣି ୨ଜଣ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡ଼ିଆ ଉକ୍ତ ସଂଘରୋଧ ପାଚେରୀ ଡେଇଁ ଶନିବାର ମଧ୍ୟାହ୍ନ ୧୨ଟାରେ କେଉଁଆଡ଼େ ଚାଲିଯାଇଛନ୍ତି । ନୋଡାଲ ଅଫିସର ଦୟାନିଧି ନାୟକ କହିବା ପ୍ରକାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଉକ୍ତ ସ୍ଥାନ ପରିଦର୍ଶନ କରି ଯିବା ପରେ ମେଡିକାଲ ଟିମ ପହଞ୍ଚି କରେ।ନା ପଜିଟିଭ ଆକ୍ରାନ୍ତଙ୍କ ନାମ ଘୋଷଣା କରୁଥିବା ବେଳେ ମୋହନା ବ୍ଳକ ବଡ଼ସିଦ୍ଧବା ପଞ୍ଚାୟତ ଅନ୍ତର୍ଗତ ବାଦପୁର ଗ୍ରାମର ମିଟୁ ନାୟକ ଓ ଖଣି ପଞ୍ଚାୟତ ଅନ୍ତର୍ଗତ ରେକେମେରା ଗ୍ରାମର କୁନା ମଲ୍ଲିକ ସଙ୍ଗରୋଧ ଗୃହର ପଛପଟ ପାଛେରୀ ଡେଇଁ ଫେରାର ହୋଇ ଯାଇଛନ୍ତି । ଏନେଇ ମୋହନା ଥାନାରେ ନୋଡାଲ ଅଫିସର ଲିଖିତ ଅଭିଯୋଗ କରିଛନ୍ତି।
ମୋହନା ଥାନା ପକ୍ଷରୁ ଏକ ନିଖୋଜ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବାପାଇଁ ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ପି. ସ୍ଵରବ କିଷାନ ପହଞ୍ଚି ତଦନ୍ତ କରୁଛନ୍ତି। ନିଖୋଜ ଯୁବକଙ୍କ ଗ୍ରାମରେ ପହଞ୍ଚିଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ବୁଝାସୁଝା କରୁଛନ୍ତି। ପ୍ରକାଶ ଆଉ କି ବିଗତ ବର୍ଷ କରୋନା କାଳରେ ପ୍ରବାସୀମାନଙ୍କ ପାଇଁ ରୋଷଇକରି ଶହ ଶହ ଖାଦ୍ୟ ପୁଡ଼ିଆ କମଳାପୁର ନାକା ଗେଟ ନିକଟରେ ଥିବା କଲଭର୍ଟ ତଳେ ଫିଙ୍ଗାଯାଇଥିଲା। ଏହି ଖବର ବାରମ୍ଵାର ଗଣମାଧ୍ଯମ ପ୍ରତିନିଧି ପିଇଓଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା। ଯାହାଫଳରେ ଖବରକାଗଜରେ ପ୍ରକାଶନ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଖାଦ୍ୟ ପୁଡ଼ିଆକୁ ସେଠାରୁ ସ୍ଥାନାନ୍ତର କରି ଜଙ୍ଗଲରେ ପୋତାଯାଇଥିଲା। ତଥାପି ମଧ୍ୟ ପିଇଓ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ନଯାଇ ଉକ୍ତ ସ୍ଥାନରେ ହିଁ ରଖାଯାଇଥିଲା ଯାହାରି ଫଳରେ ପ୍ରବାସୀଙ୍କୁ ଭଲ ଖାଦ୍ୟ ମୁଠାଏ ମିଳୁନାହିଁ । ତେଣୁ ସେମାନଙ୍କ ମଧ୍ୟରେ ବିଶ୍ରୁଙ୍ଗଳା ଦେଖା ଦେଉଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result