No Result
View All Result
ପ୍ରଭୁ ଶ୍ରୀ ଲିଙ୍ଗରାଜ, କପିଳେଶ୍ୱର, କେଦାରଗୈାରୀ, ବ୍ରହ୍ମେଶ୍ୱର, ରାଜାରାଣୀ, ଭାସ୍କରେଶ୍ୱର ମନ୍ଦିର ସେବାୟତମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି
ଓଡ଼ିଶା ତାଜା ନ୍ୟୁଜ ( ୧୪ ମେ ଶୁକ୍ରବାର) ଭୁବନେଶ୍ୱର :-ଭୁବନେଶ୍ୱର :- ମନ୍ଦିରମାଳିନୀ ଭୂବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜ, କପିଳେଶ୍ୱର, କେଦାରଗୈାରୀ, ବ୍ରହ୍ମେଶ୍ୱର, ରାଜାରାଣୀ, ଭାସ୍କରେଶ୍ୱର ମନ୍ଦିରରେ ମଧ୍ୟ ଲକ୍ଡାଉନ କାରଣରୁ ଭକ୍ତମାନେ ଦର୍ଶନ ପାଇଁ ଆସୁନାହାନ୍ତି । ଏହା ଦ୍ୱାରା ସେବାୟତମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
ପ୍ରଭୁମାନଙ୍କ ନୀତିକାନ୍ତର ସୁପରିଚାଳନା ପାଇଁ ସେବାୟତମାନଙ୍କ ପ୍ରମୁଖ ଭୂମିକା ରହୁଥିବା କାରଣରୁ ସେମାନଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । କୋଭିଡ୍-୧୯ ସଂକ୍ରମଣରେ ସମଗ୍ର ବିଶ୍ୱବାସୀ ଆଜି ପ୍ରଭାବିତ ହୋଇଛନ୍ତି । ବିଶେଷ ଭାବେ ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନ ବନ୍ଦ ହେବା କାରଣରୁ ସେବାୟତମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି । ସେବାୟତମାନଙ୍କ ପରିବାରର ସଦସ୍ୟମାନେ ବହୁ କଷ୍ଟରେ ଜୀବନଯାପନ ଅତିବାହିତ କରୁଛନ୍ତି । କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ବହୁ ଦିନ ମନ୍ଦିର ବନ୍ଦ ରହିଥିବା କାରଣରୁ ମନ୍ଦିର ଉପରେ ନିର୍ଭରଶୀଳ ସେବାୟତମାନେ ବହୁ ଆର୍ଥିକ କ୍ଷତି ସହିଛନ୍ତି ।
କୋଭିଡ୍ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ଲକ୍ଡାଉନ ହୋଇଥିବାରୁ ଭକ୍ତମାନେ ମନ୍ଦିର ଆସୁ ନାହାନ୍ତି ଏବଂ ସେବାୟତମାନେ ପୁଣି ଥରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏହାକୁ ଦୃଷ୍ଟରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାୟତମାନଙ୍କୁ ୧୦୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ଯଥାଶୀଘ୍ର ମନ୍ଦିରମାଳିନୀ ଭୂବନେଶ୍ୱରର ସେବାୟତମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶ୍ରୀ ସିଂ କହିଛନ୍ତି ।
No Result
View All Result