No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର )ପଦ୍ମପୁର :- ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ତଳେ ଭୁବନେଶ୍ବର ଠାରେ ଜିଲ୍ଲାପାଳ ମାନଙ୍କ ସମ୍ମିଳନୀରେ ବ୍ଲକରେ ଚାଳିଥିବା ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ଅଧିକାରୀ ମାନଙ୍କ ଉପରେ ପଡି ଥିବାର ଲକ୍ଷ୍ଯ କରାଯାଉ ନାହିଁ । ରାଜ୍ଯର ପ୍ରତ୍ଯେକ ବ୍ଲକରେ ଉନ୍ନୟନ କାର୍ଯ୍ଯରେ ବିଭିନ୍ନ ଅଧିକାରୀ ମାନଙ୍କ ପିସି ବଢିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଏବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯରେ ବିଧାୟକ,ବିଡିଓ,ଚ୍ଯାରମେନ,ଏଇ,ଜେଇ ଓ ଅନ୍ଯାନ୍ଯ କୁ ମିଶାଇ ୨୨ ଭାଗ ପିସି କାଟୁଥିବା କୋଛଦାଦର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ଅଦାବର କହିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ଯ ଯେ,ପାଇକମାଲ ବ୍ଲକ କୋଛଦାଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ହୀରାପୁର ଗ୍ରାମର ସିଏଫସି ପାଣ୍ଠିରୁ ୨୦୨୦ – ୨୧ ବର୍ଷରେ ବିଦ୍ୟାଳୟ ରାସ୍ତା କଂକ୍ରିଟ କରଣ ଓ ସ୍କୁଲ କୋଠରୀ ମରାମତି ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ଯ ଆଦେଶ ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ମନୋଜ ଅଦାବର ଙ୍କ ନାମରେ କଟିଥିଲା । ଏହି କାର୍ଯ୍ଯ ପରିଚାଳନା ପାଇଁ ଇଓ ଶ୍ରୀ ଅଦାବର ହୀରାପୁର ଗ୍ରାମର ୨ ଜଣ ୱାର୍ଡମେମ୍ବର ଶ୍ରୀ ବିଶମ୍ବର ପାତ୍ର ଓ ମଧୁସୂଦନ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ । କାର୍ଯ୍ଯ ସମାପ୍ତ ପରେ ୩ ଲକ୍ଷ ୫୦ ହଜାର ଟଙ୍କା ଇଓ ଶ୍ରୀ ଅଦାବର ଙ୍କ ବ୍ଯାଙ୍କ ଖାତାରେ ଜମା ହେବା ପରେ ୱାର୍ଡ ମେମ୍ବର ଶ୍ରୀ ମାଧବ ପ୍ରଧାନଙ୍କ ଏକାଉଣ୍ଟ କୁ ୨ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ ।
ୱାର୍ଡମେମ୍ବର ଏହାର ଆପତ୍ତି ଉଠାଇ ପ୍ରତିବାଦ କରିବାରୁ ଇଓ ୭୭ ହଜାର ଟଙ୍କା ପିସି ବାବଦକୁ ଓ ୧୬ ହଜାର ଟଙ୍କା ରୟଲଟି ବାବଦକୁ କଟା ଯାଇଛି ବୋଲି କହିଥିଲେ । ୱାର୍ଡମେମ୍ବର ଦ୍ବୟ ପାଇକମାଲ ବିଡିଓ ଙ୍କ ଠାରେ ଅଭିଯୋଗ କରିଛନ୍ତି । ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ଏ ବିଷୟରେ ଇଓ ଙ୍କୁ ଫୋନ ଯୋଗେ ପଚାରିବାରୁ ୭୭ ହଜାର ଟଙ୍କା ପିସି ବାବଦକୁ କଟା ଯାଇଛି ସ୍ବୀକାର କରିଥିଲେ । ସେ ମୋବାଇଲ ରେ ଉତ୍ତର ଦେଇଥିଲେ ଯେ ୭୭ ହଜାର ଟଙ୍କା ବ୍ଲକର ସବୁ ଅଧିକାରୀଙ୍କ ଭାଗ ଅଛି । ତେବେ ୩ ଲକ୍ଷ ୫୦ ହଜାର ଟଙ୍କାରେ ୭୭ ହଜାର ଟଙ୍କା ପିସି ଅଧିକାରୀ ମାନେ ଖାଇଲେ ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ କେମିତି ହେଉଥିବ ଏଥିରୁ ଅନୁମେୟ । ତେବେ ମୁଖ୍ୟମନ୍ତ୍ରୀଙ୍କ ପିସି ବନ୍ଦ ଘୋଷଣାର ରହସ୍ଯ କଣ..? (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result