ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର) ଭୁବନେଶ୍ୱର :- ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । ଆଜି ଅପରାହ୍ଣ ୫ଟାରେ ଚାଷୀଙ୍କୁ #KALIA ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୂମିହୀନଙ୍କୁ ୨୫୦୦, କ୍ଷୁଦ୍ର ଚାଷୀଙ୍କୁ ୨ ହଜାର ଲେଖାଏଁ ମିଳିବ । ୩୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରାୟ ୯୦୦ କୋଟି ଟଙ୍କା
ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆସନ୍ତାକାଲି ସନ୍ଧ୍ୟା ୫ଟାରେ ରାଜ୍ୟର ଚାଷୀମାନଙ୍କୁ @KALIAforOdisha ସହାୟତା ରାଶି ପ୍ରଦାନ କରିବେ। #Odisha #KaliaYojana
‘କାଳିଆ’ ବନାମ କିଷାନ ସମ୍ମାନ ନିଧି (ପିଏମ-କିଷାନ)କୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସହ ଟକ୍କର ଦେଇ ରାଜ୍ୟ ସରକାର ଗୋଟିଏ ଦିନରେ କୃଷକମାନଙ୍କୁ ‘କାଳିଆ’ ଟଙ୍କା ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ସହାୟତାର
ଅଷ୍ଟମ କିସ୍ତି ପ୍ରଦାନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିବେ । ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିବେ । ୪୨ ଲକ୍ଷ ଚାଷୀଙ୍କୁ ସହାୟତା ଅର୍ଥ ମିଳିବ ।