No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ସାରା ଦେଶରେ ମହାମାରୀ କରୋନା ରଚିଛି ମହା ବିପର୍ଯ୍ୟୟ । ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ରାଷ୍ଟ୍ର ଭାବେ ରେକର୍ଡ କରିଛି । ଓଡ଼ିଶାରେ ଦ୍ଵିତୀୟ ଲହରର ତୀବ୍ରତା କିଛି କମ ନୁହେଁ ।ଦୈନିକ ସଂକ୍ରମଣ ହାର କିଛି ଦିନ ଧରି ୧୦ ହଜାରରୁ ପାର ହୋଇ ଉର୍ଦ୍ଧ୍ବ ମୁଁହା ହୋଇଛି।ରାଜ୍ୟରେ ସବୁଠି ଦେଖାଦେଇଛି କରୋନାର ସଙ୍ଗୀନ ପରିସ୍ଥିତି।କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ସରକାରଙ୍କ ଉଦ୍ୟମ ଓ ପଦକ୍ଷେପ ଦେଶରେ ପ୍ରଶଂସନୀୟ।ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ଦୃଷ୍ଟି ଦେଇ କୋଭିଡ-୧୯ କୁ ପ୍ରତିହତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ଵିଶେଷଜ୍ଞ,ପ୍ରମୁଖ ଶାସନ ସଚିବ, ପୁଲିସ ମହା ନିର୍ଦ୍ଦେଶକ,ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ସମେତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଯାଏଁ କୋଭିଡ ନିୟମ ଅନୁପାଳନ ଓ ସଚେତନତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟତଃ ମାସ୍କ ବ୍ୟବହାର ହିଁ ଏକମାତ୍ର ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାରମ୍ବାର ଅପିଲ କରି ଆସୁଛନ୍ତି ।
ଦୃଢ଼ ମୁକାବିଲା ନିମନ୍ତେ ସଚେତନତା ଅଭିଯାନକୁ ସବୁଠାରେ ଓ ସବୁ ସମୟରେ ବିଭିନ୍ନ ଢଙ୍ଗରେ ପ୍ରାଧାନ୍ୟ ଦିଆଯାଇଛି । ଏହି କ୍ରମରେ ହିଞ୍ଜିଳିକାଟୁ ସ୍ଥିତ ହର୍ଷଟ୍ରଷ୍ଟ ଓ ପଞ୍ଚାୟତ ସମିତି,ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ କରୋନା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଦଳପତି ଶଶୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୁରୁବାର କୋଭିଡ-୧୯ ସଚେତନତା ଅଭିଯାନ ରଥ ଶୁଭାରମ୍ଭ ହୋଇଥିଲା । ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ବିଧି ମୁତାବକ ରଥକୁ ପୂଜାର୍ଚ୍ଚନା କରିଥିଲେ । ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ପତାକା ପ୍ରଦର୍ଶନ ପୂର୍ବକ ରଥର ଶୁଭାରମ୍ଭ କରିଥିଲେ ।କୋଭିଡ-୧୯ ରଥ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମାକରି ମାସ୍କ ପରିଧାନ,ସାମାଜିକ ଦୂରତା,ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜେର ଦ୍ୱାରା ସଫା କରିବା,ବିନା କାରଣରେ ବାହାରେ ବୁଲାବୁଲି ନ କରି ଘରେ ରହିବା ଓ ପଞ୍ଚସୁତ୍ରୀ ନିୟମକୁ କଡାକଡି ପାଳନ କରିବା ଲାଗି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ରଥ ୨ ଦିନ ଧରି ୬ ପଞ୍ଚାୟତର ୧୭ ଟି ଗ୍ରାମରେ ବ୍ୟାପକ ଭାବେ ସଚେତନ ଅଭିଯାନ ଜାରୀ ରଖିବ।ଅନ୍ୟ ମାନଙ୍କ ମଧ୍ୟରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ଡି ଗୋପାଳ ରେଡ୍ଡୀ,ପର୍ଶୁରାମ ସାହୁ,ସୁନୀଲ କୁମାର ମହାନ୍ତି,ସରୋଜ କୁମାର ଶତପଥୀ,ଅରୁଣ କୁମାର ସାହୁ, ଅଚ୍ୟୁତ ନାୟକ,ଦାଶରଥି ବେହେରା ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result