No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ଭୁବନେଶ୍ୱର :- ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଗ୍ଲୋବାଲ୍ ଇନୋଭେସନ୍ ଫଣ୍ଡ୍ ଅଫ୍ ଫଣ୍ଡ୍କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ସ୍କ୍ରୋଡର୍ ଇଣ୍ଟର୍ନ୍ୟାସ୍ନାଲ୍ ସିଲେକ୍ସନ୍ ଫଣ୍ଡ୍ ଗ୍ଲୋବାଲ୍ ଡିସ୍ରପ୍ସନ୍ (ଏସ୍ଆଇଏସ୍ଏଫ୍)ର ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ । ବିଶେଷ କରି ନବସୃଜନ ଜରିଆରେ ଅଭିବୃଦ୍ଧି ହାସଲ କରୁଥିବା ବିଶ୍ୱର ବିଭିନ୍ନ କମ୍ପାନିରେ ଏହା ନିବେଶ କରି ଅଭିବୃଦ୍ଧି ପ୍ରଦାନ କରୁଛି । ଡିସ୍ରପ୍ଟିଭ୍ ଅଭିବୃଦ୍ଧିରେ ନିବେଶକମାନଙ୍କୁ ଦୀର୍ଘମିଆଦୀ ଭିତ୍ତିରେ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରାଯାଇଛି । ଫିନ୍ଟେକ୍, ଇ-କମର୍ସ, ପରିବେଶ, ଅଟୋମେସନ୍, ଯୋଗାଯୋଗ, ଖାଦ୍ୟ ଓ ପାନୀୟ, ନୂଆ ଉପଭୋକ୍ତା, ଡିଜିଟାଇଜେସନ୍ ଏବଂ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କମ୍ପାନି ଉପରେ ଏସ୍ଆଇଏସ୍ଏଫ୍ ଗୁରୁତ୍ୱାରୋପ କରୁଛି । ଏହି ଫଣ୍ଡ୍ ଅଫ୍ ଫଣ୍ଡ୍ ଭାରତୀୟ ନିବେଶକମାନଙ୍କୁ ବିଶ୍ୱର ବିବିଧ ଇକ୍ୱିଟି ପୋର୍ଟଫୋଲିଓରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି । ଆକ୍ସିସ୍ ଗ୍ଲୋବାଲ୍ ଇନୋଭେସନ୍ ଫଣ୍ଡ୍ ଅଫ୍ ଫଣ୍ଡରେ ନିଉ ଫଣ୍ଡ୍ ଅଫର୍ ୨୦୨୧ ମେ’ ୧୦ରୁ ୨୧ ପର୍ଯ୍ୟନ୍ତ ଖୋଲାଯିବ । ସର୍ବନିମ୍ନ ନିବେଶ ପରିମାଣ ହେଉଛି ୫୦୦୦ ଟଙ୍କା ଏବଂ ଏହା ପରେ ୧ ଟଙ୍କାର ଗୁଣିତକ ହିସାବରେ ନିବେଶ କରାଯାଇପାରିବ ।
ଏହି ଫଣ୍ଡ୍ ଅଫ୍ ଫଣ୍ଡ୍ର ଏନ୍ଏଫ୍ଓ ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଚନ୍ଦ୍ରେଶ କୁମାର ନିଗମ, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛନ୍ତି ଯେ, “ଆକ୍ସିସ୍ ଏଏମ୍ସିରେ ଆମେ ସଫଳତାର ସହ ଉତ୍ପାଦ ନବସୃଜନ ବିକଶିତ କରିବା ଏବଂ ବିବିଧ ସମାଧାନ ସୃଷ୍ଟି କରିବାରେ ଅଗ୍ରଣୀ ରହିଛୁ ଯାହା ନିବେଶକମାନଙ୍କୁ ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି ବିକଳ୍ପ ପ୍ରଦାନ କରୁଛି । ସେହି ପରିପ୍ରେକ୍ଷୀରେ ଆମେ ନିବେଶକମାନଙ୍କୁ ଏଭଳି ଉତ୍ପାଦ ପ୍ରଦାନ କରୁଥିବାରୁ ଅତ୍ୟନ୍ତ ଆନନ୍ଦିତ ଯାହା ବର୍ତମାନ ପିଢ଼ିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଧରି ରଖୁଛି-ତାହା ହେଉଛି ପ୍ରଯୁକ୍ତିରେ ଉନ୍ନତି ଏବଂ ବିଭ୍ରାଟକାରୀ ପରିବର୍ତନରେ ଭାଗ ନେବା । ସ୍କ୍ରୋଡର୍ ଫଣ୍ଡ୍ ସେଭଳି କମ୍ପାନିକୁ ବିଶ୍ୱସ୍ତରରେ ସନ୍ଧାନ କରୁଛି ଏବଂ ଆମକୁ ସାରା ବିଶ୍ୱର ସେଭଳି ଶ୍ରେଷ୍ଠ ଚିନ୍ତାଧାରା ପର୍ଯର୍୍ୟନ୍ତ ପହଂଚାଉଛି ।’’ ଆଲେକ୍ସ ଟେଡର୍, ସିଆଇଓ, ମୁଖ୍ୟ, ଗ୍ଲୋବାଲ୍ ଆଣ୍ଡ୍ ଥେମାଟିକ୍ ଇକ୍ୱିଟିଜ୍, ସ୍କ୍ରୋଡର୍ସ ଇନ୍ଭେଷ୍ଟ୍ମେଣ୍ଟ ମ୍ୟାନେଜ୍ମେଣ୍ଟ କହିଛନ୍ତି ଯେ, “ଆଉ ଏକ ଗ୍ଲୋବାଲ୍ ଫଣ୍ଡ୍ ସହ ଆକ୍ସିସ୍ ଏଏମ୍ସିର ସହଯୋଗିତାକୁ ସମ୍ପ୍ରସାରିତ କରି ଆମେ ବାସ୍ତବରେ ଆନନ୍ଦିତ । ଆମ ଲକ୍ଷ୍ୟ ଏକ ପ୍ରକାର ହୋଇଥିବାରୁ ଆମେ ଭାରତରେ ନିବେଶକମାନଙ୍କୁ ଶ୍ରେଷ୍ଠ ମାନର ବିଶ୍ୱସ୍ତରୀୟ ଉତ୍ପାଦ ପ୍ରଦାନ କରିବାକୁ ଆଶା ରଖିଛୁ ଏବଂ ଆକ୍ସିସ୍ ଗ୍ଲୋବାଲ୍ ଇନୋଭେସନ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସେ ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।’’
No Result
View All Result