ବାଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଉଠ କଙ୍କାଳ ଉଦବୋଧନୀ କବିତା ର ଅଗ୍ନିବର୍ଷୀ କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ କବିଙ୍କ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଶାସନ ଗ୍ରାମ ରେ ଓଡିଶା ସାହିତ୍ୟ ଏକାଡେମୀ, ଚିଲିକା ସାହିତ୍ୟ ସମାଜ, ବାଣପୁର -ଚିଲିକା, କୁମାର ପାଠାଗାର, କୁମାରାଙ୍ଗ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶ୍ଵମୁକ୍ତି ସାହିତ୍ୟ ପତ୍ରିକା ର ସମ୍ପାଦକ ପ୍ରଫେସର ଶଶାଙ୍କ ଶେଖର ଚୁଡାମଣି,

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଭାବେ ଡ଼କ୍ଟର ନାରାୟଣ ପଣ୍ଡା,ବିଶିଷ୍ଟ ନାଟ୍ୟକାର ବିଜୟ ଦାଶ,ସମ୍ମାନିତ ଅତିଥି ଭାବେ କୁମାର ପାଠାଗାର ର ସଭାପତି କର୍ନେଲ ଶ୍ରୀକାନ୍ତ ମହାପାତ୍ର, ପ୍ରମୁଖ ଯୋଗଦେଇ ଗୋଦାବରୀଶ ଙ୍କ ନିର୍ଭୀକ ସାମ୍ୱାଦିକତା, ବଳିଷ୍ଠ କବିତା, ବ୍ୟଙ୍ଗ ରଚନା, ଗଳ୍ପ, ଉପନ୍ୟାସ ଆଦି ଓଡ଼ିଆ ସାରସ୍ୱତ ଜଗତ କୁ ସମୃଦ୍ଧ କରିଛି ବୋଲି ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଚିଲିକା ସାହିତ୍ୟ ସମାଜ ର ସଭାପତି କବି ବାଲମୁକୁନ୍ଦ ଦାସ ସଭାରେ ଅଧ୍ୟକ୍ଷତା କରିଥିବା ବେକେ ସାହିତ୍ୟ ଏକାଡେମୀ ର ଉପ ସଚିବ ସଞ୍ଜୟ କୁମାର ଛୁଆଲସିଂହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କବିଙ୍କ ଫୋଟୋ ଚିତ୍ର ରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ,
ଓ ପ୍ରଦୀପ ପ୍ରଜ୍ବଳନ ଅବସରରେ ବେଦ ପାଠ କରିଥିଲେ ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ । ସଭା ପୂର୍ବରୁ ଚିଲିକା ସାହିତ୍ୟ ସମାଜ ର କବି ଗଣ ସ୍ୱରଚିତ କବିତା ପାଠ କରିଥିଲେ । ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ କବିଙ୍କ ଜୀବନୀ ଆଧାରିତ ନାଟକ ନିଆଁ ଖୁଣ୍ଟା ଗୋଦାବରୀଶ ର ଗୋଟିଏ ଦୃଶ୍ୟ ପଠନ କରାଯାଇଥିଲା ।















