No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ମଇ ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ରାହ୍ମଣ ସାହି ଠାରୁ ୧ କିମି ଦୁରରେ ଥିବା ବଂଶଧାରା ନଦୀର ଆରପଟେ ଆନ୍ଧ୍ରର ଗନସରା ତଲଦା ଗ୍ରାମରେ ୪ଦିନ ହେଲ ୪ ଟି ବଣୁଆ ହାତୀ ପୁଣି ଫେରି ବଂଶଧାରା ନଦୀ ର ଆରପଟେ ପାଣିପିଇବାକୁ ଆସୁଛନ୍ତି । ଏମାନେ ନଦୀକୁ ପାଣି ପିଇବା ପାଇଁ ବଂଶଧାରା କୁଳ ରେ ସନ୍ଧ୍ୟା୫ଟା ପରେ ଆସନ୍ତି ।

କେତେବେଳେ ଏମାନେ ଓଡ଼ିଶା ମୁହାଁ ହୋଇ କାଶୀନଗର ସହର ମଧ୍ୟରେ ପ୍ରବେଶ କରିବେ କହି ହେବ ନାହିଁ । ଏଣୁ ଓଡ଼ିଶା ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ କଥା ବାର୍ତ୍ତା କରି ସେଠାରୁ ହତିପୋଲ କୁ ଘଉଡାଇ ଆନ୍ଧ୍ର ଜଙ୍ଗଲ ଭିତରକୁ ପଠାଇବା ପାଇଁ ପଦକ୍ଷେପ ନେବାକୁ କାଶୀନଗର ବସୀ ନିବେଦନ କରିଛନ୍ତି l ହାତୀପଲ ଦେଖି କାଶୀନଗର ବାସି ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result