No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ମଇ ବୁଧବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି । ସବୁଠାରେ ଘନଉଛି ଭୀଷଣ ସଂକ୍ରମଣ । ସଂକ୍ରମଣର ତୀବ୍ରତା ବେଶ କିଛି ଦିନ ଧରି ବୃଦ୍ଧି ପାଉଛି । କିଛି ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ କିଛି ସଂକ୍ରମିତଙ୍କ ମୁଣ୍ଡ ଗଡ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର ବାତାବରଣ । ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ବ୍ୟବସ୍ଥା ଓ ଜୀବନ ଜୀବିକା ପ୍ରଭାବିତ ହୋଇ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ଅତି ସଙ୍ଗୀନ। ବେହାଲ ଆଡକୁ ଗତି କରୁଛି। କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୫୦ ଓ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ ପାଇଁ ସର୍ବାଧିକ ୨୦ ଜଣଙ୍କୁ ନେଇ ଆୟୋଜନ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ କୋଭିଡ ନିୟମକୁ ଉଲ୍ଲଂଘନ କରି ସୋମବାର ରାତିରେ ଏକାଦଶ ଦିବସୀୟ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରାଯାଇଥିଲା । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଏସ ଆଇ ବାସୁଦେବ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଭୋଜି ବ କୋଭିଡ ନିୟମ ଅନୁସାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ନିୟମକୁ ଉଲ୍ଲଂଘନ କରି ଏକାଦଶ ଦିବସୀୟ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରିଥିବାରୁ ଆୟୋଜନକାରୀଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result