No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ମଇ ବୁଧବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଏକ ଭୟ ଓ ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଛି ।ଦ୍ଵିତୀୟ ଲହର ତୀବ୍ରତା ସାରା ରାଜ୍ୟରେ ରଚି ଚାଲିଛି ଏକ ବଡ ବିପର୍ଯ୍ୟୟ ।ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଓ ପଦକ୍ଷେପ ଗ୍ରହଣ କରାଯାଇଛି । ମୁକାବିଲା ପାଇଁ ୧୪ ଦିନିଆ ଲକ ଡାଉନ ଜାରୀ ରହିଛି । ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରାଯାଇ ସଂକ୍ରମିତଙ୍କ ଲାଗି ପ୍ରସ୍ତୁତ ହୋଇଛି କୋଭିଡ କେୟାର ସେଣ୍ଟର ଓ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ।

ରାଜ୍ୟ ସରକାର ,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସେବା, ଖାଦ୍ୟ, ପାନୀୟ, ଅମ୍ଳଜାନ ସିଲିଣ୍ଡର ଓ ଔଷଧ ପତ୍ର ସମୟାନୁଯାୟୀ ଉପଲବ୍ଧ କରା ଯାଉଛି । ସ୍ଥାନୀୟ ସହରରେ ସଂକ୍ରମଣ ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ।ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଚିକିତ୍ସାଧୀନ ସମସ୍ତ ଆକ୍ରାନ୍ତଙ୍କ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ତଥାପି ଆକ୍ରାନ୍ତଙ୍କ ମନୋବଳ ଓ ମାନସିକତା ବୃଦ୍ଧି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏକ ଅନ୍ୟନ୍ୟ ପଦକ୍ଷେପ । ସାଧାରଣତଃ ଆକ୍ରାନ୍ତଙ୍କ ପରିବାର ଓ ସମ୍ପର୍କୀୟ ନିଜ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ବ୍ୟଗ୍ର ହୋଇଥାନ୍ତି ।

ଏହି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ପାଇଁ ସ୍ଥାନୀୟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ ଲାଇନ ମାଧ୍ୟମରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ସୁବିଧା ଉପଲବ୍ଧ ସେବା । ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ବିଡିଓ ସୁବ୍ରତ କୁମାର ଜେନା ଓ ନୋଡାଲ ଚିକିତ୍ସାଧିକରୀ ଡାକ୍ତର ସ୍ୱୟଂଭୁ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଏହି ସେବାର ଶୁଭାରମ୍ଭ କରିଥିଲେ । ପ୍ରତିଦିନ ସନ୍ଧ୍ୟା ୪ଘଣ୍ଟା ଠାରୁ ୫ ଟା ମଧ୍ୟରେ ଅନ ଲାଇନ ମାଧ୍ୟମରେ ଚିକିତ୍ସିତ ହେଉଥିବା ନିଜ ସଦସ୍ୟ/ସମ୍ପର୍କୀୟ ସମ୍ବନ୍ଧରେ ସୁବିଧା ଅସୁବିଧା ଓ କଥାବାର୍ତ୍ତା ହୋଇ ପାରିବେ ବୋଲି ପ୍ରଶାସନିକ ଅଧିକାରୀବୃନ୍ଦ ସୂଚନା ଦେଇଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result