No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ସାବଧାନ , ମୁଁ କରୋନା .. .. କଟକଣା ନମାନିଲେ କାହାକୁ ଛାଡ଼େନା । କରୋନା ଜୀବାଣୁ ଆକୃତିର ଚିତ୍ର ପରିଧାନ କରି ମାସ୍କ ବ୍ୟବହାର, ସ।ମଜିକ ଦୂରତ୍ୱ ରକ୍ଷା ଓ ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବାକୁ ବୁଲି ବୁଲି ସଚେତନ କରୁଛନ୍ତି ୨ ଯୁବକ । ଏପରିକି କିଛି ଅମାନିଆ ବିନା କାରଣରେ ବାହାରେ ବୁଲୁଥିବା ବେଳେ ସଂପୃକ୍ତ ୨ ଯୁବକ ଦୌଡ଼ି ଦୌଡ଼ି ଅମାନିଆଙ୍କ ନିକଟକୁ ଯାଇ ଭୟଭୀତ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଂଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି । କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ ।
ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ସହରାଂଚଳ ପରେ ଗ୍ରାମାଂଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ କଂଟେଇକୋଳି ଗ୍ରାମର କାଠ କାରିଗର ଅରୁଣ କୁମାର ସାହୁ ଓ ସାଥୀ ସୁମନ ସେନାପତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଅବ୍ୟବହୃତ ଖବର କାଗଜ ଓ ଲୁହା ତାର ସହାୟତାରେ ପ୍ରାୟ ୪ଫୁଟ ଗୋଲେଇ ଆକୃତିର କରୋନା ଭୁତାଣୁ ସଦୃଶ୍ୟ ଚିତ୍ର ଭଳି ଗୋଲେଇ କରି ୨ ବନ୍ଧୁ ସଂପୃକ୍ତ ଗୋଲେଇ ମଧ୍ୟରେ ରହି କଂଟେଇକୋଳି ଗ୍ରାମ ସମେତ ନିକଟବର୍ତି ଗ୍ରାମାଂଚଳର ଘରକୁ ଘର ବୁଲି କରୋନା ସଚେତନ କରୁଥିବାର ଦେଖିବାକୁ ମିଳିଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ସମସ୍ତ ଗ୍ରାମାଂଚଳ ବୁଲି ୨ ସାଥୀ କରୋନା ସଚେତନ କରିବାକୁ ଲକ୍ଷ୍ୟ ରଖିଥିବା ନେଇ ଅରୁଣ ଓ ସୁମନ କହିଛନ୍ତି । ୨ ସାଥୀଙ୍କ ଏଭଳି ଅଭିନବ ଢଙ୍ଗରେ ସଚେତନତାକୁ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପ୍ରଶଂସା କରିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result