No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନା ସଂକ୍ରମିତଙ୍କୁ ପ୍ରାୟତଃ ସମସ୍ତେ ଘୃଣା ମନୋଭାବ ଦେଖାଇଥାନ୍ତି । ଏପରିକି କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ପରିବାର, ପରିଜନ କେହି ବି ପାଖ ମାଡ଼ିନଥାନ୍ତି । ଏପରିକି ଶବ ସତ୍କାର କରିବା ପାଇଁ ପଛଘୁଂଚା ଦେଉଥିବାର ଦେଖିବାକୁ ମିଳୁଛି । ଚଳିତ ମାସ ୨ ତାରିଖରେ ସ୍ଥାନୀୟ ବ୍ଳକ ସମରଝୋଳ ଗ୍ରାମର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ମୃତ୍ୟୁ ଘଟିଥିଲା । ମୃତଦେହ ଘର ମଧ୍ୟରେ ପ୍ରାୟ ୧୦ ଘଂଟା ଧରି ପଡ଼ି ରହିଥିଲେ ମଧ୍ୟ ପରିବାର , ପରିଜନ କେହି କାନ୍ଧ ଦେବାକୁ ଆସିନଥିଲେ । ଖବର ପାଇ ହିଞ୍ଜିଳି ବିଡ଼ିଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ପଂହଚି ପିପିଇ କିଟ୍ ପରିଧାନ କରି ଗ୍ରାମ ଶଶ୍ମାନରେ ଶବ ସତ୍କାର କରିଥିଲେ । ସାଧାରଣତଃ କରୋନା ସଂକ୍ରମିତଙ୍କୁ ଘୃଣା ମନୋଭାବ ପୋଷଣ କରୁଥିବା ବେଳେ ରବିବାର ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ
ଡ଼ଃ. ମନୋରଞ୍ଜନ ସାହୁ ସ୍ଥାନୀୟ ପୌରାଂଚଳ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମିତ ଉର୍ତ୍ସଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ପିପିଇ କିଟ୍ ପରିଧାନ କରି ଚିକିତ୍ସିତ ହେଉଥିବା ୪୯ଜଣ ରୋଗୀଙ୍କ ସହ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିବା ସହ ଆନୁଷଙ୍ଗିକ ଭିତଭୂମି ତଦାରଖ କରିଥିଲେ । ମାନସିକ ସନ୍ତୁଳନ ସ୍ଥିର ରଖିବା ସହ ମନରେ ସକରାତ୍ମକ ଚିନ୍ତାଧାରା ଆଣିବାକୁ ହେବ । ଚିକିତ୍ସା ଜାରି ରହିଥିଲେ ବି ଦୃଢ ମନୋବଳ ଦ୍ୱାରା ମହାମାରୀକୁ ମୁକାବିଲା କରାଯାଇପାରିବ ବୋଲି ପୌର ଇଓ ଡ଼ଃ. ସାହୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ ଓ ଚିକିତ୍ସା ସେବା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଉର୍ତ୍ସଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନେ ଚିକିତ୍ସା ସେବା ଖାଦ୍ୟ ଯୋଗାଣ ଓ ସ୍ୱଚ୍ଛତା କ୍ଷେତ୍ରରେ ତୃପ୍ତି ଅନୁଭବ କରୁଥିବା ନେଇ ପୌର ଇଓଙ୍କୁ କହିଥିଲେ । ଯେକୌଣସି ସମୟରେ କିଛି ବି ସମସ୍ୟା ଆସିଲେ ତୁରନ୍ତ ଡ଼ାକ୍ତରଙ୍କୁ ଜଣାଇବା ସକାଶେ ଇଓ ଡ଼ଃ. ସାହୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉର୍ତ୍ସଗୀକୃତ ସେବା ମନୋଭବ କୁ ପ୍ରଶଂସା କରିଥିଲେ । ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ, ସ୍ୱୟମ୍ଭୁ ପ୍ରସାଦ ରାୟ , ବିପିଏମ ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result