No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ପଦ୍ମପୁର :- ପଦ୍ମପୁର ସ୍ଥିତ ପଲସାପାଲି ଗାଁର ଗୌନ୍ତିଆ ତଥା ବିଂଝାଲ ଆଦିବାସୀ ଜାତିର ଜଣେ ପ୍ରମୁଖ ବ୍ଯକ୍ତିତ୍ବ କେଶବ ଭୁଏଙ୍କ ଗତ ଶନିବାର ମଧ୍ଯ ରାତ୍ରିରେ ଦେହାନ୍ତ ହୋଇ ଯାଇଛି । ସ୍ବର୍ଗତ ଭୁଏ ବରଗଡ ଜିଲ୍ଲାର ବିଶିଷ୍ଟ ଆଦିବାସୀ ନେତା,ଆଞ୍ଚଳିକ କୃଷକ ସଂଗଠନ ସଭାପତି ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ଯ ସଂପାଦକ ଶ୍ରୀ ଗୋବର୍ଦ୍ଧନ ଭୁଏ ପିତା ଅଟନ୍ତି । ସ୍ବର୍ଗତ ଭୁଏଙ୍କ ୮୩ ବର୍ଷ ବୟସ ହୋଇଥିବା ବେଳେ ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ସବଳ ଥିଲେ । ତାଙ୍କର ମିଷ୍ଟଭାଷୀ ବ୍ଯବହାର ଯୋଗୁଁ ସେ ସମସ୍ତ ଙ୍କ ଆଦର ପାତ୍ର ଥିଲେ ।
ଆଜି ରବିବାର ଦିନ ପଲସାପାଲି ଗ୍ରାମରେ ବିଂଝାଲ ସମାଜର ନୀତିରୀତି ଅନୁଯାଇ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । କୋଭିଡ କଟକଣା ଯୋଗୁଁ ବହୁ ଲୋକଙ୍କ ସମାଗମ ହୋଇ ନ ଥିଲେ ମଧ୍ଯ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । ସ୍ବର୍ଗତ ଭୁଏଙ୍କ ଦେହାନ୍ତରେ ବରଗଡ ଲୋକ ସଭା ସାଂସଦ ସୁରେଶ ପୂଜାରୀ,ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ,ରାଜ୍ଯ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ଯ ସଭାପତି ବିଶ୍ଵେଶ୍ଵର ଟୁଡୁ ଆଦି ଶୋକ ବ୍ଯକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result