No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ଭୁବନେଶ୍ୱର :- ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲାରୁ ଜଣେ ୪୧ ବର୍ଷ ବୟସ୍କ ପୁରୁଷ, ବଲାଙ୍ଗୀରରୁ ୬୦ ବର୍ଷ ପୁରୁଷ, ଭୁବନେଶ୍ୱରରୁ ୮୦ ବର୍ଷ ପୁରୁଷ ଏବଂ ଜଣେ ୪୫ ବର୍ଷ ବୟସ୍କା ମହିଳା, ଢେଙ୍କାନାଳ ଜିଲାର ୪୦ ବର୍ଷ ବୟସ୍କା ମହିଳା ,
ଖୋର୍ଦ୍ଧା ଜିଲାରୁ ୪୨ ବର୍ଷ ବୟସ୍କା ମହିଳା, କଳାହାଣ୍ଡି ଜିଲାରୁ ୪୨ ବର୍ଷ ବୟସ୍କା ମହିଳା ଓ ୪୭ ବର୍ଷ ପୁରୁଷ ଏବଂ ୩୫ ବର୍ଷ ବୟସ୍କ ଯୁବକ, ପୁରୀ ଜିଲାରୁ ୫୭ ବର୍ଷ ବୟସ୍କ ପୁରୁଷ ପ୍ରାଣ ହରାଇଛନ୍ତି । ସେହିଭଳି ପୁରୀ ଜିଲାରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ, ରାୟଗଡାରୁ ୪୮ ବର୍ଷୀୟା ମହିଳା ଓ ୫୫ ବର୍ଷର ପୁରୁଷ ଏବଂ ୬୨ ବର୍ଷ ବୟସ୍କ ପୁରୁଷ,
ସୁନ୍ଦରଗଡ ଜିଲାରୁ ୬୩ ବର୍ଷ ବୟସ୍କ ପୁରୁଷ ଏବଂ ୫୬ ବର୍ଷ ବୟସ୍କା ମହିଳା କରୋନାରେ ପ୍ରାଣ ହରାଇଛନ୍ତି । ଉକ୍ତ ଜିଲାରୁ ଜଣେ ୪୮ ବର୍ଷ ବୟସ୍କ ପୁରୁଷ ମଧ୍ୟ କରୋନା ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧିପାଇଛି ।
No Result
View All Result