No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ନୟାଗଡ :- ଆଜି ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ ଜିଲ୍ଲାର କୋଭିଡ୍ ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡା. ଟୁଡୁ ଚାନ୍ଦପୁର ଓ ଖଣ୍ଡପଡ଼ା ଠାରେ ଥିବା କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ମୋବାଇଲ ମାଧ୍ୟମରେ ସିଧାସଳଖ କଥାବାର୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

ଏହା ସହିତ ତାଙ୍କ ପରିବାରବର୍ଗଙ୍କ ସହିତ ଫୋନଯୋଗେ କଥାବାର୍ତା ହେବା ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଶ୍ରୀ ଏଚ. ଡି.ଧନରାଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ମଧ୍ୟ ରୋଗୀମାନଙ୍କ ସହିତ କଥାବାର୍ତା କରିଥିଲେ ।

ପ୍ରତି ସପ୍ତାହ ଅପରାହ୍ନ ୫ଘଟିକା ସମୟରେ ସମସ୍ତ ମେଡିକାଲ ଅଫିସର, ଷ୍ଟାଫ୍ ଏବଂ କଂଟ୍ରୋଳ ରୁମର ଷ୍ଟାଫ୍ଙ୍କ ସହିତ ଭର୍ଚୁଆଲ ମୋଡ୍ରେ କୋଭିଡ୍ ପରିସ୍ଥିତି ସଂପର୍କରେ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯାଉଛି । ଆଜି ମଧ୍ୟ ଜିଲ୍ଲାପାଳ ଡା. ଟୁଡୁ ଭର୍ଚୁଆଲ ମୋଡ୍ରେ ଯୋଗଦେଇ କୋଭିଡ୍ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

କୋଭିଡ୍ ସଂକ୍ରମିତ ରୋଗୀମାନେ ଯେପରି ସଠିକ୍ ଭାବରେ ଚିକିତ୍ସା ସୁବିଧା ପାଇପାରିବେ ସେ ସଂପର୍କରେ ସମସ୍ତ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ, ନୟାଗଡ)

No Result
View All Result