• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓମାନ ଓଡ଼ିଆଙ୍କ ଦ୍ୱାରା ଅନ୍‍ଲାଇନ୍‍ ଉତ୍କଳ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
May 9, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଓମାନ ଓଡ଼ିଆଙ୍କ ଦ୍ୱାରା ଅନ୍‍ଲାଇନ୍‍ ଉତ୍କଳ ଦିବସ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ମସ୍‍କାଟ / ସୋହର / ନୂଆଦିଲ୍ଲୀ / ଭୁବନେଶ୍ୱର :- ଓମାନରେ ଅବସ୍ଥାପିତ ଓଡ଼ିଆ ସମ୍ପ୍ରଦାୟଙ୍କ ଦ୍ୱାରା ଅନ୍‍ଲାଇନ୍‍ ଯୋଗେ ୮୫ତମ ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ରାଜଧାନୀ ମସ୍‍କାଟ ସ୍ଥିତ ଇଣ୍ଡିଆନ ସୋସିଆଲ୍‍ କ୍ଲବ୍‍ (ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଦ୍ୱାରା ଆୟୋଜିତ ଏହି ଭବ୍ୟ ଇଣ୍ଟରନେଟ୍‍ ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜ ମାନଙ୍କର କର୍ମକର୍ତ୍ତା, ପ୍ରବାସୀଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ସମଗ୍ର ପୃଥିବୀର ବହୁ ବିଶିଷ୍ଟ ଓଡ଼ିଶା ପ୍ରେମୀ ଯୋଗ ଦେଇଥିବା ଦେଖାଯାଇଥିଲା ।

ଭିଡିଓ କନ୍‍ଫରେନ୍ସିଂ ଜରିଆରେ ମହୋତ୍ସବକୁ ସମ୍ବୋଧନ କରି ମୁଖ୍ୟ ଅତିଥି ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀ, କରୋନା ବିରୁଦ୍ଧରେ ବିଶ୍ୱଭରି ମାନବ ସମାଜ ସମ୍ମିଳିତ ଭାବେ ସଂଘର୍ଷ ଚଳାଇବାକୁ ଆହ୍ୱାନ ଜଣାଇଥିଲେ । ଭୂତାଣୁର ସଠିକ୍‍ ମୁକାବିଲା ପାଇଁ ଜନସାଧାରଣ ସେମାନଙ୍କର ସାଂସ୍କୃତିକ, ବିଜ୍ଞାନ, ଆଧ୍ୟାତ୍ମିକ ଓ ପ୍ରଶାସନିକ ଶକ୍ତିକୁ ଉଜାଗର କରିବାକୁ ଗୁରୁଜୀ ଆଗ୍ରହ ପ୍ରକାଶ କରିଥିଲେ । ବୈଠକରେ ଉଦ୍‍ବୋଧନ ଦେଇ ଓମାନ ଚେମ୍ବର ଅଫ୍‍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମହାମାନ୍ୟ ଇଞ୍ଜିନିୟର ରେଧା ବିନ୍‍ ଜୁମ୍ମା ଆଲ୍‍ସାଲେହ ଓମାନ ଓ ଭାରତ ମଧ୍ୟରେ ଥିବା ପାରମ୍ପରିକ ଓ ଅର୍ଥନୈତିକ ସମ୍ପର୍କ ଦୀର୍ଘ ହଜାର ବର୍ଷର ପୁରୁଣା ବୋଲି ଦର୍ଶାଇଥିଲେ ।

ଓମାନ ଓ ଓଡ଼ିଶା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଥିବା ସୂଚାଇ ମହାମାନ୍ୟ ଆଲ୍‍ସାଲେହ, କୃଷି, ଯନ୍ତ୍ରପାତି, ଖଣି ଏବଂ କୁଶଳୀ ସେବା ପ୍ରଦାନ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ଦ୍ୱିାକ୍ଷିକ ସମ୍ପର୍କ ବୃଦ୍ଧି କରାଯିବାର ଆବଶ୍ୟକତା ରହିଥିବା ଉପରେ ଜୋର୍‍ ଦେଇଥିଲେ । ସମ୍ମାନିତ ଅତିଥି ଓମାନ ଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମହାମାନ୍ୟ ଶ୍ରୀ ମୁନୁ ମହାୱାର, ଓଡ଼ିଆ ଶାଖାର ସଦସ୍ୟମାନେ ବର୍ତ୍ତମାନର ଅଭାବନୀୟ ପରିସ୍ଥିତିରେ ଶାନ୍ତସିଷ୍ଟ, ଧର୍ଯ୍ୟବାନ ଓ ଆଶାବାଦୀ ରହି ସମାଜରେ ସାକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶାର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ନବୀନ ପଟ୍ଟନାୟକଙ୍କର ସକଳ ନେତୃତ୍ୱରେ ରାଜ୍ୟ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ ବନିବା ସାଙ୍ଗକୁ ଲଗାତର ଭାବେ ୫ବର୍ଷ ଧରି କୃଷି ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇ ଆସୁଥିବା ଜଣାଇଥିଲେ । ଏବେକାର ସଙ୍କଟ କାଳରେ ଅନ୍ୟାନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍‍ ପଠାଇବା ସହିତ କରୋନା ରୋଗୀମାନଙ୍କୁ ମାଗଣାରେ ଚିକତ୍ସା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ କହିଥିଲେ ।

ଭାରତ ସରକାରଙ୍କର ଅର୍ଥ ବିଭାଗର ପୂର୍ବତନ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଦାଶ, ଓଡ଼ିଶା ଏକ ପ୍ରଦେଶ ନୁହେଁ ବରଂ ଭରୂର ମାନବିକତାର ଏକ ଜୀବନଶୈଳୀ ବୋଲି କହିଥିଲେ । ଓମାନରେ ଅବସ୍ଥାପିତ ଓଡ଼ିଆମାନଙ୍କୁ ସାଧବପୁଅର ଆଖ୍ୟା ଦେଇ ବର୍ତ୍ତମାନର ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜ ମାତୃପ୍ରଦେଶର ସହାୟତା ପାଇଁ ଆଗଭର ହୋଇ ଆସିବାକୁ ଶ୍ରୀ ଦାଶ ନିବେଦନ କରିଥିଲେ । ଇଣ୍ଡିଆନ୍‍ ସୋସିଆଲ କ୍ଲବର ଅଧ୍ୟକ୍ଷ ଡଃ ସତୀଶ ନାମ୍ବିଆର ଓଡ଼ିଆ ଶାଖାର କର୍ମକର୍ତ୍ତା ମାନଙ୍କ ଦ୍ୱାରା ମହାମାରୀ ସମୟରେ ଚାଲିଥିବା ସମାଜସେବା ଅଭିଯାନର ଭୂରୀଭୂରୀ ପ୍ରଶଂସା କରିଥିଲେ ।

ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଆ ଶାଖାର ଆବାହକ ମନୋଜ ମହାପାତ୍ର, ସମଗ୍ର ଦୁନିଆରେ ଓଡ଼ିଆ ମାନେ ସେମାନଙ୍କର ସରଳତା, ସଚ୍ଚୋଟତା, ବଦାନ୍ୟତା ଓ ବିଶ୍ୱାସସନୀୟତା ପାଇଁ ସୁନାମ ଓ ସ୍ୱୀକୃତି ଅର୍ଜନ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଓମାନ ଓ ଓଡ଼ିଶା ମଧ୍ୟରେ ବ୍ୟାପାର , ବାଣିଜ୍ୟ ଏବଂ ନିଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଆଜିର ଉତ୍କଳ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଧନ୍ୟବାଦ ଅର୍ପଣ କରି ଓଡ଼ିଆ ଶାଖାର ସହ ଆବାହକ ଗୁପ୍ତ ପ୍ରସାଦ ଦାଶ, ତାଙ୍କ ସଂସ୍ଥାର ସମାଜସେବା ଓ ଦାତବ୍ୟ କାର୍ଯ୍ୟାବଳୀ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ମହାମାରୀ ଆରମ୍ଭ ହେବା ସମୟରେ ଓଡ଼ିଆ ଶାଖା, ଭାରତୀୟ ଦୂତାବାସର ସହୋଗରେ ଅଟକି ଥିବା ୧୨୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇପାରିଥିଲା ବୋଲି ସୂଚାଇଥିଲେ ।

ଓଡ଼ିଶାରେ ଏବେ ଦୁଇଟି ଅନାଥାଶ୍ରମ ଚଳାଉଥିବା ଓଡ଼ିଆ ଶାଖା ରାଜ୍ୟକୁ ଅକ୍ସିଜେନ୍‍ କନ୍‍ସେନ୍‍ଟ୍ରେଟର୍ସ ଏବଂ ରିଲିଫ ସାମଗ୍ରୀ ଆଦି ପଠାଇବାକୁ ଆରମ୍ଭ କରିଥିବା ଶ୍ରୀ ଦାଶ ଘୋଷଣା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଦିପ୍ତୀ ମିଶ୍ର ପୁଜାରୀ ଏବଂ ଗିରିଜା ଶଙ୍କର ମହାନ୍ତି ସୂଚାରୁ ରୂପେ ଉପସ୍ଥାପନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ କରଣଜିତ ସିଂହ, ଡଃ ହର ପ୍ରସନ୍ନ ଦାସ, କୁକୁ ଦାସ, କିଶୋର ଦ୍ୱିବେଦୀ, ଅମୀୟ ମିଶ୍ର , ଅରୁଣ କୁମାର ପ୍ରହରାଜ ଏବଂ ପ୍ରିତୀଶ ଦାଶ ପ୍ରମୁଖ ଅନ୍ୟତମ । କାର୍ଯ୍ୟକ୍ରମ ଶେଷରେ ଓମାନ ଓ ଓଡ଼ିଶାରୁ ଲାଇଭ୍‍ଷ୍ଟ୍ରିମିଂ ମାଧ୍ୟମରେ କଳାକାର ମାନେ ସେମାନଙ୍କର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟାର ପ୍ରସ୍ତୁତି ଗୁଡ଼ିକ ମଧ୍ୟରେ ଶଙ୍ଖନାଦ, ଓଡ଼ିଆ ଶାଖାର ସଦସ୍ୟ ମାନଙ୍କର ଓଡ଼ିଶା ଭିତ୍ତିକ ସଂଗୀତ ଆଧାରରେ ଅଭିନୟ, କ୍ଷୁଦ୍ର ପାରିବାରିକ ନାଟିକା, ଲକ୍‍ଡାଉନ୍‍ ଉପରେ ନାଟକ, ପୁରୁଷ ନୃତ୍ୟ, ମହିଳାଙ୍କର ସମୂହ ନୃତ୍ୟ, କୃପାଞ୍ଜଳି ଦାସ ପଟ୍ଟନାୟକଙ୍କର ଗ୍ରୁପ୍ ଦ୍ୱାରା ଆହେ ନୀଳଶୈଳ ଗୀତ ଉପରେ ଓଡ଼ିଶୀ ନୃତ୍ୟ, ସୋହରର କଳାକାର ମାନଙ୍କର ନୃତ୍ୟ ଓ ଗୀତ, ମୋନାଲିସା ଦାସଙ୍କ ନିର୍ଦ୍ଦେଶିତ ପିଲାଙ୍କ ନାଚ, ଓଡ଼ିଶା ପର୍ଯ୍ୟଟନ ଉପରେ ଭିଡିଓ, ବରଗଡ଼ର ଧେମ୍‍ସା ଆଦିବାସୀ ନୃତ୍ୟ, କଳିଙ୍ଗ ରାଇଜିଂ ଷ୍ଟାର୍ସ ଦ୍ୱାରା ଶିଶୁ ନୃତ୍ୟ, ରାହୁଲ ଇଙ୍ଗ୍‍ଲେଙ୍କ ଦ୍ୱାରା ବ୍ୟଙ୍ଗ ଉପାଖ୍ୟାନ, ସନ୍ତୋଷ ରାଉତ, କ୍ରିତିକା ଗମ୍ଭୀର ଏବଂ ନୀରଜ ବକ୍ସିଙ୍କ ଦ୍ୱାରା ସୁମଧୂର ସଂଗୀତ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା । ସମଗ୍ର ମହୋତ୍ସବକୁ ଆୟୋଜନ ଓ ପରିଚାଳନା କରିବାରେ ଓଡ଼ିଆ ଶାଖାର ବରିଷ୍ଠ ସଦସ୍ୟ ସଞ୍ଜୟ ଜେଠୀ, କିଶୋର ଦାଶ, ହିମାଂଶୁ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ରାଜ୍‍ ପାତ୍ର ଏବଂ ବିଶ୍ୱଜିତ ଦାଶ ପ୍ରମୁଖ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version