No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଲିଗଡ଼ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଏକ ବାହାଘର ଶୋଭାଯାତ୍ରା ବନ୍ଦ କରିବାକୁ ଯାଇ ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ଵରେ ରହିଥିବା ସ୍ମୃତିରଞ୍ଜନ ଶତପଥୀ, ଥାନା ଏସଆଇ ମୁକେଶ ଲାକ୍ରା , ହେମନ୍ତ ସେଠୀ, ଓଏସଏପି ଯବାନ ମିଶି ବାହାଘର ଶୋଭାଯାତ୍ରା ବନ୍ଦ କରିବାକୁ ପହଞ୍ଚିଥିଲେ । ବରପକ୍ଷ ପରିବାର ସହ ଅଧଘଣ୍ଟା ଧରି ଦୁଇ ପକ୍ଷଙ୍କ ମଧ୍ୟରେ ବିଚାର ବିମର୍ଶ ଚାଲିଥିଲା । ଠିକ୍ ସେହି ସମୟରେ ବିଦ୍ୟୁତ କାଟ ହେବାରୁ ତହସିଲଦାର ଓ ପୁଲିସ କର୍ମଚାରି ୫ ଜଣଙ୍କୁ ଆକସ୍ମିକ ଭାବେ ପଥର ମାଡ଼ ହୋଇଥିଲା । ଏହା ସହ ତହସିଲଦାର ଗାଡିକୁ ବିବାହ ପରିବାର ଲୋକେ ଭଙ୍ଗାରୁଜା କରିଥିଲେ । ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ସେଠାରୁ ତହସିଲଦାର ଓ ପୁଲିସ କର୍ମଚାରୀ ଦୌଡି ଯାଇ ରା, ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ତହସିଲଦାର ଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଓ ଦେହରେ ଆଘାତ ଲାଗିଥିଲା ।
ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଥାନା ଅଧିକାରିଣୀ ମମତା ନାୟକ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏହି ଘଟଣାକୁ ନେଇ ରା.ଉଦୟଗିରି ଏସଡିପିଓ ଦିଲ୍ଲିପ ନାୟକ ୯ଜଣଙ୍କ ନାମରେ ୫୮/୨୧ ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛନ୍ତି । ଏହା ସହ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଖବର ପାଇ ଶୁକ୍ରବାର ରାତ୍ର ୮ଟାରେ ଜିଲ୍ଲା ଏଡିଏମ ସଂଗ୍ରାମ ଶେଖର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏହାସହ ତହସିଲଦାରଙ୍କ ବାପା ସୀତାରାମ ଶତପଥୀ ( ସୁବର୍ଣ୍ଣପୁର ଏସପି) ପହଞ୍ଚି ନିଜ ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିବା ଜଣାପଡିଛି । ଉକ୍ତ ଘଟଣାକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଦୃଢ ନିନ୍ଦା କରିବା ସହ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନ୍ତଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅପରପକ୍ଷେ ବିବାହ ପରିବାର ଲୋକେ କହିବା ପ୍ରକାରେ କୋଭିଡ ନିୟମକୁ ଉଲ୍ଲଘନ କରିଥିବା କାରଣରୁ ଆମ୍ଭେ ତହସିଲଦାରଙ୍କୁ ୩୦ ହଜାର ଟଙ୍କା ଜୋରିମାନା ଦେବାପାଇଁ ରାଜି ଥିଲୁ । କିନ୍ତୁ ତହସିଲଦାର ବର ଓ କନ୍ୟାକୁ ଥାନାକୁ ଯିବାକୁ ବାଧ୍ୟ କରିବା ବେଳେ ବିଦ୍ୟୁତ କାଟ ହେବାରୁ କିଛି ଲୋକେ ମଦ୍ୟପାନ କରି ବରକନ୍ୟାକୁ ନଛାଡିବା ପାଇଁ ଯୁକ୍ତିତର୍କ କରିବା ମଧ୍ୟରେ ପଥର ଢ଼େଲା ମାଡ଼ କରିଥିଲେ। ଗିରଫ ଭୟରେ ଖ୍ରୀଷ୍ଟିଆନ ସାହି ଜନଶୂନ୍ୟ l
No Result
View All Result