No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଓ ଚାନ୍ଦିପୁଟ ଗ୍ରାମର ନୁଆସାହି ଅଞ୍ଚଳରୁ ୮୨୦ ଲିଟର ପୋଚ ସହ ୭୦ ଲିଟର ଦେଶୀରନ୍ଧା ମଦ ଜବତ କଲେ ଆର. ଉଦୟଗିରି ଅବକାରୀ ବିଭାଗ l ତେବେ ସାରା ରାଜ୍ୟରେ କୋଭିଡ କଟକଣା ଲାଗି ୧୪ ଦିନିଆ ଲକଡାଉନ ବଳବତର ରହିଥିବା ବେଳେ ସକ୍ରିୟ ହୋଇଛନ୍ତି ଦେଶି ମଦ ମାଫିଆ ସେପଟେ ଦେଶି ଚୋରା ମଦକୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ପ୍ରତେକଦିନ ଚଢ଼ାଉ ଜାରି ରହିଥିବା ବେଳେ ଆଜି
ଆର . ଉଦୟଗିରି ଅବକାରୀ ଥାନା ଅଧିକାରୀ ଲିଙ୍ଗରାଜ ଦାମିଙ୍କ ନେତୃତ୍ୱରେ ମୋହନା ଅଞ୍ଚଳର ବିରିକୋଟ ଓ ଚାନ୍ଦିପୁଟଗ୍ରାମର ନୁଆସାହି ଅଞ୍ଚଳରୁ ପୋଚ ଓ ଦେସିମଦକୁ ଜବତ କରାଯାଇ ନଷ୍ଟ କରାଯାଇଛି l ତେବେ ଏହି ଚଢ଼ାଉ କରିବାକୁ ଯିବା ସମୟରେ ଅବକାରୀ ବିଭାଗର ଗାଡିର ଶବ୍ଦ ଶୁଣି ମଦ ରାନ୍ଧୁଥିବା ଲୋକମାନେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ ! ଏହି ଚଢ଼ାଉରେ ଏସଆଇ ଘନଶ୍ୟାମ ଜେନା , ହେଡ଼ କନଷ୍ଟବଳ କିଶ୍ବର ପ୍ରସାଦ ଘଡାଇ , ହରପ୍ରିୟା ଦେବି , ଶମ୍ଭୁ ଶଙ୍କର ଜେନା , ସୁଶୀଲ ଗାଣ୍ଠିଆ ଏବଂ ପ୍ରଭାତ କୁମାର ନାଗବଂଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result