• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓମ୍‌ଫେଡ଼ର ଚାଷୀମାରଣ ନୀତି ଲକଡ଼ାଉନରେ କ୍ଷୀର ନେବା ବନ୍ଦ, ସରକାର ହସ୍ତକ୍ଷେପ କରନ୍ତୁ : ଓଡ଼ିଶା ଦୁଗ୍‌ଧଚାଷୀ ମହାସଂଘ

Proprietor Abhimanyu Maharana by Proprietor Abhimanyu Maharana
May 7, 2021
in ଓଡ଼ିଶା, ମହାନଗର, ହୋମ୍
0
ଓମ୍‌ଫେଡ଼ର ଚାଷୀମାରଣ ନୀତି ଲକଡ଼ାଉନରେ କ୍ଷୀର ନେବା ବନ୍ଦ, ସରକାର ହସ୍ତକ୍ଷେପ କରନ୍ତୁ : ଓଡ଼ିଶା ଦୁଗ୍‌ଧଚାଷୀ ମହାସଂଘ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ବୁଧବାରଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ଦୁଗ୍ଧଚାଷୀଙ୍କ ପାଇଁ ପୁଣିଥରେ ଦୁର୍ଦ୍ଦଶା ନେଇଆସିଛି । ଗତବର୍ଷ ଲକଡ଼ାଉନ, ସଟଡ଼ାଉନ ସମୟରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀମାନେ ମାସମାସ ଧରି କ୍ଷୀର ସଂଗ୍ରହ କଲେ ନାହିଁ । ଚାଷୀ ବାଧ୍ୟ ହୋଇ କ୍ଷୀରକୁ ରାସ୍ତାରେ ଢାଳିଲେ । ଗାଈ, ଗୋରୁଙ୍କୁ ଖାଇବାକୁ ଦେଇନପାରି କିଛି ଚାଷୀ ମଧ୍ୟ ଶାଗ ମାଛ ମୂଲ୍ୟରେ ଗାଈ ବିକିବାକୁ ବାଧ୍ୟ ହେଲେ । ଏବର୍ଷ ପୁଣି ରାଜ୍ୟର ଦୁଗ୍ଧ ଚାଷୀମାନେ ସେହିଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଲକଡ଼ାଉନ ଆରମ୍ଭ ହେବା ପରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ କମ୍ପାନୀମାନେ ଚାଷୀଙ୍କ ଠାରୁ କ୍ଷୀର ନେବା ବନ୍ଦ କରିଦେଇଛନ୍ତି । ଗତକାଲି ଓମ୍‌ଫେଡ଼ର ଡ଼େପୁଟି ଜେନେରାଲ ମ୍ୟାନେଜରଙ୍କର ଦସ୍ତଖତରେ କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଭଳି ସମସ୍ତ ଦୁଗ୍ଧ ମହାସଂଘକୁ ଚିଠି କରାଯାଇ ଚାଷୀଙ୍କ ଠାରୁ କ୍ଷୀର ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ରାଜ୍ୟର ୧୦ଲକ୍ଷ ଚାଷୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । କରୋନା ସଂକ୍ରମଣ ସମୟରେ ତାଙ୍କ ଅର୍ଥନୀତି ଭୁଷୁଡ଼ି ପଡ଼ିଛି । ସେମାନେ କିପରି ପରିବାର ଚଳାଇବେ, ଗାଈ ଗୋରୁଙ୍କୁ ଏହି ସଙ୍କଟ ସମୟରେ କିଭଳି ଖାଇବାକୁ ଦେବେ ଏବଂ ଋଣ ଶୁଝିବେ, ସେଥି ପାଇଁ ଚିନ୍ତାଜନକ ଅବସ୍ଥାରେ ପଡ଼ିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଥାଉକି, ୧୯୮୦ ଦଶକରେ ରାଜ୍ୟରେ ଓମ୍‌ଫେଡ଼ ସମବାୟ ସଂସ୍ଥା ଆରମ୍ଭ କରାଯାଇଥିଲା । ଚାଷୀମାନଙ୍କୁ ନେଇ ଗୁଜୁରାଟର ଅମୁଲ ଢାଞ୍ଚାରେ ଗଢିଉଠିଥିବା ଓମ୍‌ଫେଡ଼ର ପ୍ରଥମ ଲକ୍ଷ୍ୟ ଓ ଆଭିମୁଖ୍ୟ ଥିଲା- ଓଡ଼ିଶାର ଦୁଗ୍ଧଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ । ରାଜ୍ୟର ଖାଉଟିମାନେ ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଶସ୍ତା ଓ ସୁଲଭ ମୂଲ୍ୟରେ ହାତ ପାଆନ୍ତାରେ ପାଇପାରିବେ । ତୃତୀୟତଃ ଉନ୍ନତମାନର ଗୋ ମହିଷାଦି ଚାଷୀଙ୍କୁ ଯୋଗାଇ ଦିଆଯାଇ ଶ୍ୱେତ ବିପ୍ଲବକୁ ଓଡ଼ିଶାରେ ଆଗେଇ ନିଆଯାଇ ପାରିବ । ଯାହା ଫଲରେ ରାଜ୍ୟର ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବା ସଙ୍ଗେ ସଙ୍ଗେ ଚାଷୀମାନେ ନିଜର ଜୀବନ ଜୀବିକା ପାଇଁ ଆଉ ଦାଦନ ଖଟିବାକୁ ଯିବେ ନାହିଁ । କିନ୍ତୁ ଦୁଃଖର କଥା ୨ ଲକ୍ଷ ୭୮ ହଜାର ଚାଷୀଙ୍କୁ ନେଇ ଗଢି ଉଠିଥିବା ଓମ୍‌ଫେଡ଼ ସଂସ୍ଥା ଆଜି ତାର ଲକ୍ଷ୍ୟ ଓ ଆଭିମୁଖ୍ୟରୁ ଦୂରେଇ ଯାଇଛି । ଦେଶ ଯେତେବେଳେ ସବୁଠାରୁ ବଡ଼ ସଙ୍କଟ ଭିତର ଦେଇ ଗତି କରୁଛି, ଲୋକମାନେ ଜୀବନ ଜୀବିକା ପାଇଁ ଡ଼ହଳ ବିକଳ ହେଉଛନ୍ତି, ସେହି ସମୟରେ ଓମଫେଡ଼ ଚାଷୀଙ୍କର ହାତ ଛାଡ଼ିଦେଇଛି ।

କ୍ଷୀର ନେବା ପରିବର୍ତ୍ତେ ଓମ୍‌ଫେଡ଼ ଆଜି ୨ ଲକ୍ଷ ୭୮ ହଜାର ପରିବାରକୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି । ଯାହାଫଳରେ ରାଜ୍ୟର ଦୁଗ୍ଧ ଚାଷୀମାନେ ଚିନ୍ତାଜନକ ଅବସ୍ଥାରେ ଅଛନ୍ତି । କିଭଳି ଗାଈ ଗୋରୁଙ୍କୁ ଖାଇବାକୁ ଦେବେ, କେମିତି ନିଜର ପରିବାର ପ୍ରତିପୋଷଣ କରିବେ ଏବଂ ଋଣ ଶୁଝିବେ ତାହା ଆଜି ଚାଷୀମାନଙ୍କୁ ଆତଙ୍କିତ କରିଛି । ଗତବର୍ଷର ସଙ୍କଟ ନ ଯାଉଣୁ ପୁଣି ଆଜିର ଏ ଯେଉଁ ସଙ୍କଟ ଆରମ୍ଭ ହୋଇଛି ତାହା ଚାଷୀଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି । ରାଜ୍ୟ ସରକାର ଗରିବ ଲୋକଙ୍କୁ ମାସିକ ଯେଭଳି ୫କେଜି ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି, ସେହିଭଳି ଓମ୍‌ଫେଡ଼ର ଚାଷୀମାନଙ୍କୁ ଦୁଇମାସ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ସର୍ବନିମ୍ନ ଦୁଇମାସ ପାଇଁ ଦୁଗ୍ଧଚାଷୀମାନଙ୍କୁ ସେମାନଙ୍କ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର କ୍ଷତି ଭରଣା କରିବା ପାଇଁ ଅନ୍ତତଃ ସର୍ବନିମ୍ନ ୫ ହଜାର ଟଙ୍କା କରି ସହାୟତା ରଶି ପ୍ରଦାନ କରିବାକୁ ଦୁଗ୍ଧଚାଷୀ ମହାସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି । ତାନହେଲେ ରାଜ୍ୟର ୧୦ଲକ୍ଷ ଚାଷୀ ଦାଦନ ଭିତରକୁ ଠେଲି ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦୁଗ୍ଧଚାଷୀଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ସହାନୁଭୂତି ମୂଳକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version