No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ବଲାଙ୍ଗୀର /ପାଟଣାଗଡ :- ପାଟଣାଗଡ଼ ରୁ ପଦ୍ମପୁର ଓ ଖପ୍ରାଖୋଲ କୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡ ରେ ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆ ରେ ସମବାୟ ସମିତି ବ୍ୟାଙ୍ଗ , କିଓସ୍କ ବ୍ୟାଙ୍କିଙ୍ଗ ଶାଖା , ମେଡିକାଲ ଷ୍ଟୋର ,କିରାନା ଫଲଦୋକାନ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , କପଡା ଆଦି ଦୋକାନ ରହିଥିବା ରୂ ଆଖପାଖ ଅଞ୍ଚଳରୁ ଲୋକେ ଜୁରିଆ ଗ୍ରାମ , ଉପରେ ନିର୍ଭର କରିଥାନ୍ତି ।
ଜୁରିଆ ବସଷ୍ଟାଣ୍ଡ ଉପରେ ପ୍ରତ୍ୟେକଦିନ ଲୋକେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଜୁରିଆ ବସଷ୍ଟାଣ୍ଡ ରେ ପାନୀୟ ଜଳର ସୁବିଧା ନଥିବାରୁ ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ କରୋନା କଟକଣା ଯୋଗୁଁ ଶୁନ ଶାନ ପରିଲକ୍ଷିତ ହେଉଛି । ଜୁରିଆ ବସଷ୍ଟାଣ୍ଡ ରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।(ପାଟଣାଗଡ,ରିପୋର୍ଟ/ଗୋରେଖନାଥ ବରିହା)
No Result
View All Result