ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ସୂଚନା ଓ ଲୋକସଂ ପର୍କ ବିଭାଗ 3.3. 2020 ରିଖ :- ସୂଚନା ଓ ଲୋକସଂ ପର୍କ ବିଭାଗର ବରିଷ୍ଠ ଅଧିକାରୀ ତଥା ଉ ପନିର୍ଦ୍ଦେଶକ ଶ୍ରୀ ରବିନ୍ଦ୍ର କୁମାର ନାୟକ ଫେବୃଆରୀ ୨୯ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି । ଏହି ଉ ପଲକ୍ଷେ ଆଜି ସୂଚନା ଓ ଲୋକସଂ ପର୍କ ବିଭାଗ ସମିଳନୀ କକ୍ଷରେ ଏକ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା ।
ଏଥିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକଙ୍କର କାର୍ଯ୍ୟଦକ୍ଷତା ସଂ ପର୍କରେ ଆଲୋକ ପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିକାରୀ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଶ୍ରୀ ଲଲାଟେନ୍ଦୁ ମହା ପାତ୍ର, ସୂଚେତା ପି୍ରୟଦର୍ଶନୀ, ରବିନାରାୟଣ ବେହେରା, ଭୁବନେଶ୍ୱରସ୍ଥ ସୂଚନା ଓ ଲୋକସଂ ପର୍କ କାଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଶକ୍ତି ପ୍ରସାଦ ରାଉତ ପ୍ରମୁଖ ଶ୍ରୀ ନାୟକଙ୍କୁ ଜଣେ ସରଳ, ଅମାୟିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରିବା ସହ ତାଙ୍କର ଉତ୍ତମ କାର୍ଯ୍ୟଶୈଳୀ ଓ କାର୍ଯ୍ୟଦକ୍ଷତା ଉ ପରେ ଆଲୋକ ପାତ କରିଥିଲେ ।
ସଭାରେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କର୍ମଚାରୀମାନେ ତାଙ୍କର ସୁସ୍ଥ, ନିରାମୟ ଜୀବନ କାମନା କରିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ଧନ୍ୟବାଦ ଅ ର୍ପଣ କରିଥିଲେ । ଏହି ସଭାରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ବିଦାୟକାଳୀନ ସଞ୍ଚର୍ଦ୍ଧନା ଜ୍ଞାପନ କରିଥିଲେ ।