No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲାପଥର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ହରିଶଙ୍କର ପୀଠ ର ଅନେକ କିମ୍ବଦନ୍ତୀ ରହିଛି ତାହା ପର୍ଯ୍ୟଟକ ମାନେ କିପରି ଦେଖିପାରିବେ ଓ ଜାଣିପାରିବେ ସୂଚନା ଫଳକର ସଂକ୍ଷିପ୍ତ ଲିଖିତ ଅନୁଯାୟୀ ଖ୍ରୀ .ଅ ୧୨୪୬- ୧୩୧୧ ମଧ୍ୟ ତତ୍କାଳୀନ ପାଟଣା ମହାରାଜା ବୈନ ସିଂ ଦେଓ ରାଣୀ ଦୂର୍ଲଭା ଦେବୀ ରାଜା ରାଣୀ ଦୁହେଁ ଙ୍କୁ ସ୍ଵପ୍ନାଦେଶ ହୋଇଥିଲା ।
ରାଜାରାଣୀ ଦୁହେଁ ପୀଠ କୁ ଆସି ବିଷ୍ଣୁ ଓ ଶିବ ଙ୍କ ଯୁଗଳ ମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ । ରାଜାରାଣୀ ସାତ ଶହ ବିନ୍ଧାଣି ଲଗାଇ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ଟି ଗନ୍ଧମାର୍ଦ୍ଦନ ପାହାଡ଼ ପଶ୍ଚିମ ମୁଖା ହୋଇ ଅବସ୍ଥିତ । ଏହାର ବିପରୀତ ତଥା ଗନ୍ଧମାର୍ଦ୍ଦନ ପଶ୍ଚିମ ଦିଗରେ ପୂର୍ବ ମୁଖା ହୋଇ ଭଗବାନ ନୃସିଂହନାଥ ମାର୍ଜାରି ( ବିରାଡ଼ି ) ରୁପରେ ରାଜା ବୈନ ସିଂ ଦେଓ ଙ୍କ ଦ୍ଵାରା ନିର୍ମିତ ହୋଇଅଛି । ପ୍ରାୟ ଖ୍ରୀ.ଅ ୧୩୦୦ ପୂର୍ବ ର କଥା ଅନୁଯାୟୀ ଏକଦା ସିପକା ବଂଶିୟ ସହଦେବ ଭୁଏ ନାମକ ଜଣେ ବୃଦ୍ଧ (କନ୍ଧ ) ଆଦିବାସୀ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ କନ୍ଦମୂଳ ଖୋଲୁଥିବା ସମୟରେ ହଠାତ୍ ତାଙ୍କର ଖଣତି ଟି ଶିବ ଲିଙ୍ଗ ଉପରେ ବାଜିବା ଫଳରେ ଏକ ଭିଷଣ ଶବ୍ଦ ଶୁଭିଲା । ବୃଦ୍ଧ ଟି ଚାରିପଟେ ଅନାଇ ଅବାକ୍ ହୋଇ ଭୟ ରେ ଥରିଉଠିଲେ । ସେହି ସ୍ଥାନରେ ହଠାତ୍ ଜଟାଜୁଟ ମଣ୍ଡିତ ବିଶାଳକାୟ ସନ୍ୟାସୀ ଆବିର୍ଭାବ ।
ଦେହର ବିଭୁତି , ହସ୍ତରେ ତ୍ରିଶୂଳ ,ବ୍ୟାଘ୍ର ଚର୍ମ ପରିଧାନ କରି ଭଗବାନ ବୃଦ୍ଧ ଙ୍କ ଦେଖାଦେଲେ । ଆଖି ଆଲୁଅ ରେ ଝଲଛି ଉଠିଲା , ହୃଦୟ କମ୍ପି ଉଠିଲା , ଭୟଭୀତ ହୋଇ ବୃଦ୍ଧ ଟି ସେହି ସ୍ଥାନରୁ ଫେରିଆସି ଘଟିଥିବା ଘଟଣା ତାଙ୍କ ପରିବାରର ଓ ପାଖ ପଡେ଼ାଶୀ ମାନଙ୍କୁ କହିଥିଲେ । ସେଦିନ ରାତିରେ ଭଗବାନ ଶିବ ସ୍ଵପ୍ନାଦେଶ ରେ ବୃଦ୍ଧା ଙ୍କୁ ଦର୍ଶନ ଦେବା ସହ ସହି ସ୍ଥାନ ରେ ଭଗବାନ ହରି ଓ ଶଙ୍କର ଭଗବାନ ଆବିର୍ଭାବ ହୋଇ ବାସ କରୁଥିବା କଥା ବୃଦ୍ଧା ଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ମୂଷିକ ଦୈତ୍ୟ ଙ୍କୁ ମାରିବା ପାଇଁ ଜୁଗି ରହିଥିବା କଥା ଭଗବାନ ହରି ଓ ଶଙ୍କର ଭଗବାନ ବୃଦ୍ଧା ଙ୍କୁ କହିଲେ ଓ କନ୍ଧବୁଢା ଙ୍କୂ ହରିଶଙ୍କର ସେବା କରିବାକୁ ଆଦେଶ ଦେଲେ ।
ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ହରିକନ୍ଧ ପିତା କନ୍ଧା ଖୋଲୁଥିବା ବେଳେ ମାଟିତଳୁ ମହାପ୍ରଭୁଙ୍କୁ ପାଇଥିଲେ ତେଣୁ ହରିକନ୍ଧ ଙ୍କ ନାମ ସହିତ ଭଗବାନ ଶିବଶଙ୍କର ନାମ କୁ ଯୋଡି ହରିଶଙ୍କର ନାମରେ ପୂଜା ସେବା କରିବାକୁ କନ୍ଧ ବୁଢ଼ା ଙ୍କୁ ଆଦେଶ ଦେଇଥିଲେ ସେଦିନ ଠାରୁ ବଂଶଧର ମାନେ ଆଜି ପର୍ଯ୍ୟନ୍ତ ଭଗବାନ ଶଙ୍କର ଙ୍କ ସେବା ଆସୁଥିବା ର ସୂଚନା ଫଳକରେ ସୂଚିତ ରହିଛି । ଭଗବାନ ବିଷ୍ଣୁ (ହରି) ଏବଂ ଶିବ (ଶଙ୍କର ) ଙ୍କ ଦିବ୍ୟ ଆସ ନ ହରିଶଙ୍କର ପୀଠ ର କିମ୍ବଦନ୍ତୀ ଉପରେ ସୁଚନା ଫଳକରେ ସୂଚିତ ରହିଥିବାରୁ ସୂଚନା ଫଲକ ଟି ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ ସହ ସହାୟକ ହୋଇ ପାରିଛି ବୋଲି ମତ ପ୍ରକାଶ ପାଉଛି ।(ପାଟଣାଗଡ଼ ରିପୋର୍ଟ/ଗୋରେଖନାଥ ବରିହା )
No Result
View All Result