No Result
View All Result
କମାର ଙ୍କ ପାଇଁ ନାହିଁ ସରକାରୀ ପ୍ରୋତ୍ସାହନ ; ଲୋପ ପାଇବାକୁ ବସିଲାଣି କମାର ଙ୍କ କୌଳିକ ବୃତ୍ତି ଏହା ଉପରେ ସରକାର କେବେ ଦେବେ ନଜର
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପାଟଣାଗଡ଼ :- ଦିନ ଥିଲା ଲୋକେ ଘର କରଣା ଲୁହା ସାମଗ୍ରୀ ପାଇଁ କମାର ଶାଳର ହାତ ତିଆରି ଜିନିଷ ଉପରେ ନିର୍ଭର କରୁଥିଲେ । ମାତ୍ର ବର୍ତ୍ତମାନ ବଜାର ରେ ଉପଲବ୍ଧ ଶସ୍ତା ସୁନ୍ଦର ଆଧୁନିକ ଶୈଳୀରେ ନିର୍ମିତ ବିଭିନ୍ନ କମ୍ପାନୀର ଲୁହା ଜିନିଷ ର ବହୁଳତା ପାଖରେ କମାର ଶାଳର ହାତ ଗଢା ସାମଗ୍ରୀ ଆଦର କମିଯାଉଛି । ଫଳରେ ନିଜର କୁଳବେଉସାକୁ ଆଦରି ଜୀବନ ଜୀବିକା ନିର୍ବାହ କରୁଥିବା ଲୁହା କାରିଗର ତଥା କମାର ସଂପ୍ରଦାୟର ଲୋକେ ଏବେ ହାତ ବାନ୍ଧି ରହିବାକୁ ଏକରକମର ବାଧ୍ୟ ହେଉଛନ୍ତି ।
ବର୍ତମାନ କରୋନା ବିପତ୍ତି କାଳରେ ସେମାନଙ୍କ ପେଟ ଚାଖଣ୍ଡକ ପାଇଁ ଯେଉଁ କେତେକ କମାର ପରିବାର ଏହି ପାରମ୍ପରିକ କୈ।ଳିକ ବୃତ୍ତି କୁ ଜାବୁଡି ଧରିଛନ୍ତି ସେମାନେ ଦିନ ରାତି ଖଟୁଛନ୍ତି ସତ ହେଲେ ସେହି ରୋଜଗାର ରେ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷରେ ବହୁ କଷ୍ଟ କର ହେଉଥିବା ଦେଖିବାକୁ ମିଳିଛି । ଲୁହାରେ ବିଭିନ୍ନ ସାମଗ୍ରୀ ତିଆରି କରୁଥିବା କମାରଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । କମାର ଶାଳ ର ହାଢ ଗଢା ପନକି ,ଦାଆ,ଶାବଳ ,କଟୁରୀ , ଟାଙ୍ଗିଆ, କୁରାଢି ,ତାୱ। ,ଚଟୁ ,ବାରିସି ,ଡୁଆ ,କାଠ ଲଙ୍ଗଲ ରେ ବ୍ୟବହୃତ ଲୁହାର ଚାହିଦା ଖାଲି ଫିକା ପଡିନି ବରଂ ଇତିହାସ ପାଲଟିଗଲାଣି ।ପ୍ରରିଶ୍ରମ ଅନୁସାରେ ସେମାନଙ୍କୁ ପ୍ରାପ୍ୟ ମିଳୁନି ।
ବର୍ତ୍ତମାନ କରୋନା ବିପତ୍ତି କାଳରେ ସେମାନେ ହାତ ବାନ୍ଧି ରହୁଥିବା ବେଳେ ସରକାରୀ ପ୍ରୋତ୍ସାହନ ବି ନାହିଁ । ଏଣୁ କମାର ଙ୍କ କୈ।ଳିକ ବୃତ୍ତି ଏବେ ଲୋପ ପାଇବାକୁ ବସିଲାଣି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜରୀ ଗ୍ରାମ ର ଦୁର୍ଯ୍ୟୋଧନ ପରାଭୁଏ( ୮୫) ଙ୍କ ଜୀବନ କାହାଣୀ ରୁ କମାର ଶାଳ ର ଦୁଃଖ ସ୍ପଷ୍ଟ ବାରି ହୁଏ । ବର୍ତମାନ ଦୁର୍ଯୋଧନ ଙ୍କ ବାର୍ଦ୍ଧକ୍ୟ ହେତୁ ଆଉ କାମ କରିପାରୁନାହି । ତାଙ୍କ ଏକ ମାତ୍ର ପୁଅ ଲିଙ୍ଗରାଜ ପରାଭୁଏ ( ୪୦)
ନିଜ ସଂପ୍ରଦାୟ ଓ ପୂର୍ବପୁରୁଷ ଏବଂ ନିଜ ବାପା ଚଲାଇଥିବା କୈ।ଳିକ ବୃତ୍ତି କୁ ଆଦରି ନେବା ରେ ଶପଥ ନେଲେ । ଅନେକ ଯାନବାହନ ମାଲିକ ଙ୍କ ପାଖରେ ଥିବା ପୁରୁଣା ଲୁହା ସାମଗ୍ରୀ କୁ କଞ୍ଚାମାଲ ରୁପେ ଧାରକରଜରେ କିଣି ବିଭିନ୍ନ ଘରକରଣା ତିଆରି କଲେ ।ସେ ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଲା । ଭଲ ଦୁଇପଇସା ରୋଜଗାର ହେଉଥିଲା । ଗତ ବର୍ଷ ଠାରୁ କରୋନା କଟକଣା ସମୟରେ ସଟଡାଉନ , ଲକ୍ ଡାଉନ୍ ହେତୁ କଞ୍ଚାମାଲ ( ପୁରୁଣା ଲୁହା ସାମଗ୍ରୀ ), ମିଳିପାରିନାହିଁ । ଯାହାଫଳରେ ତାଙ୍କର ରୋଜଗାର କରିବା ଠପ୍ ହୋଇଯାଇଛି । ତାଂକ ପରିବାରରେ ବାପା , ଦୁଇ ପୁଅ ଦୁଇ ଝିଅ , ସ୍ତ୍ରୀ , ବିଧବା ଭଉଣୀ ନେଇ ୮ ଜଣ ସଦସ୍ୟ ଅଛନ୍ତି ।
ଲିଙ୍ଗରାଜ ତାଙ୍କ ପରିବାର ଚଲାଇବା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଦାଆ, ଟାଙ୍ଗିଆ, କଟୁରୀ,ଦାଆ ର ଦାଢ କରିବାକୁ ତାଙ୍କ ପାଖକୁ ଆସୁଛନ୍ତି । ମାତ୍ର ଏହି ରୋଜଗାର ରେ ତାଙ୍କର ଗୁଜୁରାଣ ମେଣ୍ଟୁ ପାରୁନାହିଁ । ତାଙ୍କର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ନୂଆ ଯନ୍ତ୍ର ପାତି କିଣିବା ପାଇଁ ସକ୍ଷମ ନୁହନ୍ତି ।ଭୁମିହୀନ ଲିଙ୍ଗରାଜ ସରକାର ଙ୍କ ଠାରୁ ମିଳିଥିବା ୪ ଡିସିମିଲ ଜମି ରେ ଘର କରି ରହୁଛନ୍ତି । ଲିଙ୍ଗରାଜ ଗୋଟିଏ ଓଳି ଅନ୍ୟ ପାଖରେ ଗୋତି ଖଟି ଅନ୍ୟ ଓଳି କମାର ଶାଳ ରେ ଲୁହା ଜିନିଷର ଦାଢ କରୁଥିଲେ। ସେଥିରୁ ଯାହା ମିଳୁଥିଲା ନିଜର ପରିବାର ପ୍ରତିପୋଷଣ କରୁଥିଲେ ।
ହେଲେ ବର୍ତ୍ତମାନ କରୋନା ବିପତ୍ତି କାଳରେ କେହି ତାଙ୍କ ପାଖକୁ ଆସୁନଥିବା ଯୋଗୁଁ ରୋଜଗାର ବନ୍ଦ ହୋଇଯାଇଥିବା ଲିଙ୍ଗରାଜ କହନ୍ତି । ଖାଲି ଲିଙ୍ଗରାଜ ନୁହନ୍ତି ଏପରି ଲୁହା କାମ କୁ ନେଇ ରୋଜଗାର କରିବାର ସ୍ବପ୍ନ ଦେଖୁଥିବା କମାର ପରିବାର ଙ୍କ ରୋଜଗାର ହରାଇଥିବା ହେତୁ ଦୟନୀୟ ଅବସ୍ଥାରେ। ସରକାର ବିଭିନ୍ନ କୁଟୀର ଶିଳ୍ପ ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ କମାର ମାନଙ୍କୁ ମଧ୍ୟ ଏହି କରୋନା ବିପତ୍ତି ସମୟରେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । (ପାଟଣାଗଡ଼ ରିପୋର୍ଟ /ଗୋରେଖନାଥ ବରିହା )
No Result
View All Result