No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ‘ହେଲ୍ପ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହିଳାମାନଙ୍କୁ କରୋନାର ଦ୍ୱିତୀୟ ଲହରୀରେ ନିଜ ସହିତ ନିଜ ପରିବାର ଓ ଅଞ୍ଚଳବାସୀଙ୍କୁ କିପରି ସୁରକ୍ଷା ପ୍ରଦାନ କରିପାରିବେ ସେନେଇ ସଚେତନ କରାଯାଇଥିଲା । ଏହି ଜିଲ୍ଲାର କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତ ଅନ୍ତର୍ଗତ କିତିଙ୍ଗି ଗ୍ରାମ ଠାରେ “ହେଲ୍ପ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ମହିଳା ମାନେ ମାକ୍ସ କିପରି ବ୍ୟବହାର କରିବେ, ସାମାଜିକ ଦୂରତା ୨ମିଟର ରକ୍ଷା କରିବେ,
ବାରମ୍ବାର ସାବୁନ୍ରେ ହାତ ସଫା ଅଭ୍ୟାସ ଅତିକମ୍ରେ ଥରକେ ୪୦ ସେକେଣ୍ଡ କରିବା, ଜନଗହଳି ସ୍ଥାନକୁ ନଯାଇ ବିପଦରୁ ମୁକ୍ତ ରହିବା, ଅତ୍ୟାଧିକ ଜରୁରୀ ଥିଲେ ଘରୁ ବାହାରକୁ ଯିବା ନଚେତ ସୁରକ୍ଷିତ ଭାବେ ନିଜ ନିଜ ଘରେ ରହିବା ନେଇ ମହିଳାମାନଙ୍କୁ ସଚେତନ କରାଯାଇଛି । “ହେଲ୍ପ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ ଏନେଇ କହିଛନ୍ତି, ମହିଳାମାନେ ସଚେତନ ହେଲେ ବର୍ତ୍ତମାନ କରୋନାର ବିପଦରୁ ସମାଜ ମୁକ୍ତ ହେବ । ତେଣୁ ପ୍ରଥମେ ଘରର ମା, ଘରଣୀ ଓ ଭଉଣୀମାନଙ୍କୁ କରୋନାରୁ ମୁକ୍ତି ପାଇଁ ଭିନ୍ନ ଭିନ୍ନ ଭାବେ ସଚେତନ କରାଯାଇଛି । ଶେଷରେ ସମସ୍ତଙ୍କୁ କଟନ କପଡା ମାସ୍କ ବଣ୍ଟନ କରାଯାଇଥିଲା । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result