କେନ୍ଦ୍ରାପଡ଼ା (ଓଡିଶା ତାଜା ନ୍ୟୁଜ୍ ) ସାମ୍ବାଦିକ ସମ୍ମିଳନୀ 02/03/20 :- ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଏ କ୍ଷେତ୍ରକୁ ପାଦ ବଢାଉଥିବା ଆଗାମୀ ପିଢିଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୁବନେଶ୍ୱରର ସମ୍ବାଦ ପରିବେଷଣ କରି ଆସୁଥିବା ‘ଆମ ଟିଭି’ ଓ ‘ମୋ ଖବର’ ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି ।
ଆଜି କେନ୍ଦ୍ରାପଡ଼ାରେ ଆୟୋଜିତ ଏ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ, ‘ଆମ ଟିଭି’ ଓ ‘ମୋ ଖବର’ର ସମ୍ପାଦକ ପ୍ରଣୟ ଜେଠୀ ଏବଂ ପ୍ରଯୋଜକ ପ୍ରଦୀପ କୁମାର ସାହୁ (ଲିପୁ) ପ୍ରମୁଖ ଯୋଗଦେଇ ଉପସ୍ଥିତ ସାମ୍ବାଦିକ ଓ ସାମ୍ବାଦିକଙ୍କ ନାମ ସୁପାରିଶ କରୁଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସହରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସଂସ୍ଥା ପକ୍ଷରୁ ଏକ ଆହ୍ୱାନ ଦିଆଯାଇଛି ।
ସମ୍ପ୍ରତି ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସମ୍ବାଦିକ ବନ୍ଧୁମାନଙ୍କଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦ ଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ର ପ୍ରାନ୍ତୀୟ ତଥା ଜାତୀୟସ୍ତରରେ ଯେଉଁମାନଙ୍କର ଆଖିଦୃଶିଆ ଅବଦାନ ରହିଛି ସେମାନଙ୍କ ନାମ ଜନତା ସର୍ବସାଧାରଣ ହିଁ ସୁପାରିସ କରିବେ ।
ଏଥିପାଇଁ ବଜ୍ଞବଗ୍ଧଙ୍ଖ.କ୍ଟ୍ରକ୍ସବଦ୍ଭଚ୍ଚବଅଶଜ୍ଞବସକ୍ଷ.ମକ୍ଟଜ୍ଞ ଯୋଗେ ସମ୍ବାଦ ପ୍ରେରଣ କରିବା ସହିତ ବଜ୍ଞବଗ୍ଧଙ୍ଖ.ସଦ୍ଭ ଙ୍ଗରଭଗ୍ଦସଗ୍ଧର ମାଧ୍ୟମରେ ସାମ୍ବାଦିକ ଓ ଜନସାଧାରଣଙ୍କ ଦ୍ୱାରା ମନୋନୀତ ସମ୍ବାଦ ସୁପାରିସ କରିବାକୁ ଅନୁଷ୍ଠାନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରଣୟ ଜେଠୀ ଅନୁାରୋଧ କରିଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ଜଣ ସାମ୍ବାଦିକଙ୍କୁ ‘ଓ ବଜ୍ଞ ଗ୍ଧଷର ଈରଗ୍ଦଗ୍ଧ’ ଏବଂ ‘ଦ୍ଭ ଇଗ ଞଙଐ ଝଟଘଇ ଐଓ ଐଙଏଇ ବିଭାଗରେ ସମ୍ମାନିତ କରାଯିବ । ପୁରସ୍କାର ବାବଦକୁ କିଛି ଅର୍ଥରାଶିର ବ୍ୟବସ୍ଥା ମଧ୍ୟ ରହିଛି ।