No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ନୂଆଦିଲ୍ଲୀ :- କରୋନା ମହାମାରୀ ପାଇଁ ଶେଷରେ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍ ସ୍ଥଗିତ ହେବା ପରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଏବେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । କିନ୍ତୁ ତୃତୀୟ ଲହର ନଭେମ୍ବର ମାସ ବେଳକୁ ଆରମ୍ଭ ହୋଇପାରେ । ଏମିତି ହେଲେ ଭାରତରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ ସମ୍ଭବ ନୁହଁ । ତେଣୁ ବିଶ୍ୱକପ୍ ଦ୍ୱିତୀୟ ବିକଳ୍ପ ଭେନ୍ୟୁ ୟୁଏଇରେ ହିଁ ଖେଳାଯିବ । ଆଇପିଏଲ ଜୈବ ସୁରକ୍ଷା ବଳୟ ମଧ୍ୟରେ ଖେଳାଳିମାନେ ସଂକ୍ରମିତ ହେବା ପରେ ବିସିସିଆଇ ଶେଷରେ ଖେଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
ଅକ୍ଟୋବର-ନଭେମ୍ବର ମାସରେ ବିସିସିଆଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରିବ । ଯେହେତୁ ଟୁର୍ଣ୍ଣାମେଣ୍ଟକୁ କିଛି ମାସ ବାକି ରହିଛି ତେଣୁ ବିସିସିଆଇ ଘରୋଇ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଦୃଢ଼ ଆଶାବାଦୀ ରହିଥିଲା । ବିସିସିଆଇ ମଙ୍ଗଳବାର ଆଇପିଏଲ ସ୍ଥଗିତ ରଖିବା ସଂପର୍କରେ ନିଷ୍ପତ୍ତି ନେବା ପରେ ଆଗକୁ ବିଶ୍ୱକପ୍କୁ ନେଇ କିଛି ଏଭଳି ବିଚାର କରୁଥିବା ଜଣା ପଡ଼ିଛି । ବୋର୍ଡର ଜଣେ ଅଫିସିଆଲଙ୍କ କହିବା ଅନୁସାରେ, ଆଇପିଏଲ ଅଧାରୁ ସ୍ଥଗିତ ହେବା ପରେ ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ ସମ୍ଭବ ହେଲା ଭଳି ଦେଖାଯାଉ ନାହିଁ ।
ବିସିସିଆଇର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଯଦି ଆବଶ୍ୟକ ହୁଏ ତେବେ ବିଶ୍ୱକପ୍କୁ ୟୁଏଇ ସ୍ଥାନାନ୍ତର କରାଯିବ ।’ଘରୋଇ ଭେନ୍ୟୁରେ ବିଶ୍ୱକପ୍ ଆୟୋଜନ କରିବା ନେଇ ବିସିସିଆଇ ୯ଟି ଭେନ୍ୟୁ ଚୂଡ଼ାନ୍ତ କରି ଆଇସିସିକୁ ତାଲିକା ପ୍ରଦାନ କରିଥିଲା । ଭେନ୍ୟୁ ତାଲିକାରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଓ ମୁମ୍ବାଇ ସାମିଲ ରହିଛନ୍ତି ।
No Result
View All Result