No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଥମ ଡୋଜ କୋଭିଡ ଟିକା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠର ବେତାଗୁଡା ଠାରେ ଥିବା ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅପରାହ୍ନ ୪ଘଣ୍ଟା ସମୟରେ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ୍ ଟୀକା ନେଇଥିବାର ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରାୟ ୪୦ଜଣ ସାମ୍ବାଦିକ ଯୋଗ ଦେଇ ପ୍ରଥମ ଡୋଜ ଟୀକା ଗ୍ରହଣ କରିଥିଲେ ।
ତେବେ ବରିଷ୍ଠ ତଥା ୪୫ବର୍ଷରୁ ତଦୁର୍ଧ ସାମ୍ବାଦିକ ମାନେ ପ୍ରାୟତଃ ଏହି ଟିକା ନେଇ ସାରିଥିବାର ଜଣାପଡିଛି । ଜିଲ୍ଲା ପ୍ରଶାସନ ସାମ୍ବାଦିକମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରି ଟୀକା ପ୍ରଦାନ କରିଥିବାରୁ ବିଶେଷ କରି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଟୀକା ଦେଇଥିବା ସ୍ୱାସ୍ଥ୍ୟକର୍ମଚାରୀ ପ୍ରମୁଖଙ୍କୁ ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା , ଗଣେଶ ରାଜୁ , ଦ୍ୱିଜେନ୍ଦ୍ର ନାଥ ପାଢୀ , ରୂପେଶ ସାହୁ , ରଶ୍ମିରଞ୍ଜନ ମିଶ୍ର , ବସନ୍ତ ପଣ୍ଡା , ଶିଶିର କୁମାର ଗୌଡ , ଭଗବତ ପାଢୀ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result