No Result
View All Result
ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର )ପଦ୍ମପୁର :– ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜନ ଜୀବନକୁ ଅସ୍ତବ୍ଯସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ କାର୍ଯ୍ଯରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ଯ ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ଯାନ୍ଯ ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ,ତୋଳାଳୀ,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀଙ୍କୁ କରୋନା ମାଡ ଠାରୁ ବେଶୀ କଷ୍ଟ ଦାୟକ ହୋଇଛି ବୋଲି କେନ୍ଦୁପତ୍ର ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏକ ପ୍ରେସ ଇସ୍ତାହାର ରେ ପ୍ରକାଶ କରିଛନ୍ତି । କେନ୍ଦୁପତ୍ର ସଂସ୍ଥାରେ ପତ୍ର ତୋଳାଳୀ ଠୁ ହେଡଚେକର ପର୍ଯ୍ୟନ୍ତ ପ୍ରାୟ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥାରେ ପ୍ରତିବର୍ଷ ନିଯୋଜିତ ହୋଇ ବର୍ଷକୁ ରାଜ୍ଯ ରାଜକୋଷ କୁ ୧ ଶହ କୋଟିରୁ ଉର୍ଦ୍ଧ ଟଙ୍କା ଲାଭ ଦେଇଥାନ୍ତି । ଗତ ୨୦୧୩ ମସିହା ଜାନୁୟାରୀ ୧୩ ତାରିଖ ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ବାରା ରେଢାଖୋଲ ଠାରେ ଆୟୋଜିତ ଏକ ବିଶାଳ କେନ୍ଦୁପତ୍ର ଶ୍ରମିକ ଙ୍କ ସମାବେଶ ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦାନ କରି କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ରାଜ୍ଯ ସରକାର ଏକ ଚାକିରୀ ସର୍ତ୍ତାବଳୀ ଲାଗୁ କରିବେ ବୋଲି ଘୋଷଣା କରିଥିଲେ ।
ପରବର୍ତ୍ତୀ ସମୟରେ ଅନେକ ଥର ମୁଖ୍ୟମନ୍ତ୍ରୀ ସହ ସଂଘର ନେତା ମାନଙ୍କ ଆଲୋଚନା ବେଳେ “ଚାକିରୀ ସର୍ତ୍ତାବଳୀ ” ପ୍ରସଙ୍ଗ ଉଠିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ରାଜ୍ଯ ସରକାର କେନ୍ଦୁପତ୍ର ରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ” ଚାକିରୀ ସର୍ତ୍ତାବଳୀ ” ଲାଗୁ କଲେ ନାହିଁ । ଯାହା ଫଳରେ ଉଚ୍ଚ ଅଧିକାରୀ ମାନେ ମନ ଇଛା ନିର୍ଦ୍ଦେଶନାମା ଡିଏଫଓ ମାନଙ୍କୁ ଜାରିକରି ତାକୁ କାର୍ଯ୍ୟକ୍ରମ କରିବା ପାଇଁ ବାଧ୍ଯ କରୁଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି । କେନ୍ଦୁପତ୍ର ବିଭାଗର ମୁଖ୍ଯ ପିସିସିଏଫ ଏବେ ଏକ ସର୍କୁଲାର ଜାରି କରିଛନ୍ତି ଯେତେ ବେଳେ କି ସାରା ରାଜ୍ୟରେ କେନ୍ଦୁପତ୍ର ଖରିଦ କାମ ଆରମ୍ଭ ହୋଇଛି । ୨୫ କ୍ବିଣ୍ଟାଲ କେନ୍ଦୁପତ୍ର ରୁ କମ ଉତ୍ପାଦିତ ହେଉଥିବା କେନ୍ଦୁପତ୍ର ଫଡି ମାନଙ୍କୁ ଚପରାସି ମାନଙ୍କୁ ବାହାର କରିବା ପାଇଁ ପିସିସିଏଫ ଜାରି କରିଥିବା ସର୍କୁଲାର ଅନୁଯାୟୀ ସାରା ରାଜ୍ୟରେ ଯେଉଁ ମାନେ ଦୀର୍ଘ ବର୍ଷ ଧରି ଏହି ସଂସ୍ଥାରେ କାର୍ଯ୍ଯ କରୁଛନ୍ତି ଏ ପରି ପାଖାପାଖି ୨ ହଜାର ଚପରାସୀ ତାଙ୍କ ଚାକିରୀ ହରାଇବେ ।

୧୦ ଚଟା ( ୨୦ ହଜାର ପତ୍ର ) କେନ୍ଦୁପତ୍ର ତୋଳିଲେ କେନ୍ଦୁପତ୍ର ତୋଳାଳୀ ମାନେ ଶ୍ରମିକ ମଙ୍ଗଳ ପାଣ୍ଠିରୁ ବିବାହ ସହାୟତା ଓ ଛାତ୍ର ବୃର୍ତ୍ତ ପାଇବାକୁ ଯୋଗ୍ଯ ବିବେଚିତ ହେଉଥିବା ବେଳେ ସରକାରଙ୍କ ନୂତନ ସର୍କୁଲାର ଅନୁଯାୟୀ ୨୦ ଚଟା ପତ୍ର ତୋଳିଳେ କେନ୍ଦୁପତ୍ର ତୋଳାଳୀ ମାନେ ଶ୍ରମିକ ମଙ୍ଗଳ ପାଣ୍ଠିର ସହାୟତା ପାଇବାର ମାନ ନିର୍ଦ୍ଦାରଣ କରା ଯାଇ ଥିବାରୁ ପାଖାପାଖି ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏହି ସହାୟତା ରୁ ବଞ୍ଚିତ ହୋଇଛନ୍ତି । ଗ୍ରାଚୁଏଟି ଆଇନ ଅନୁଯାୟୀ ବର୍ଷକୁ ୬ ମାସରୁ ଉର୍ଦ୍ଧ ସମୟ ନିଯୁକ୍ତି ପାଉଥିବା ଶ୍ରମିକ ମାନଙ୍କ ଅବସର ସମୟରେ ବର୍ଷକୁ ୧୫ ଦିନର ଦରମା ହିସାବରେ ଗ୍ରାଚୁଏଟି ଅର୍ଥ ପ୍ରଦାନ କରିବା କଥା କିନ୍ତୁ କେନ୍ଦୁପତ୍ର ସଂସ୍ଥାରେ ବନ୍ଧେଇ ଚେକର,ସର୍କଲ ଚେକର ଯେଉଁ ମାନେ ୮ ମାସରୁ ଉର୍ଦ୍ଧ ସମୟ ବର୍ଷକୁ ନିଯୁକ୍ତି ପାଇଥାନ୍ତି ଅବସର ବେଲେ ସେମାନଙ୍କୁ ବର୍ଷକୁ ୭ ଦିନର ଦରମା ହିସାବ କରି ଗ୍ରାଚୁଏଟି ପ୍ରଦାନ କରା ଯାଉଛି ।
ଏଥି ଯୋଗୁଁ ଶ୍ରମିକ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦୁପତ୍ର ଗୁଛାକଟା ରୁ ପତ୍ର ତୋଳାଳୀ କାର୍ଯ୍ଯ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟରତ ମୁନସୀ ମାନଙ୍କୁ ୯୦ ଦିନର ଦରମା ଓ ଚପରାସୀ ମାନଙ୍କୁ ୬୦ ଦିନର ଦରମା ଦେବାର ସର୍କୁଲାର ଥିବା ବେଳେ ଡିଏଫଓ ମାନେ ମନଇଛା ମୁନସୀ ଓ ଚପରାସୀ ମାନଙ୍କ ଦରମା କାଟି ଦେଉଥିବା ଅନେକ ଅଭିଯୋଗ ଅଛି । କେନ୍ଦୁପତ୍ର ସଂସ୍ଥାରେ ବିଶେଷ ଭାବେ କାର୍ଯ୍ଯରତ ଆଦିବାସୀ,ଦଳିତ ଶ୍ରମିକ ମାନଙ୍କୁ ରାଜ୍ଯ ସରକାର କରୋନା ମାଡ ନ କରି ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି, କେନ୍ଦୁପତ୍ର ଶ୍ରମିକ ମାନଙ୍କ ପାଇଁ ଚାକାରୀ ସତାବଳୀ ଯଥା ଶୀଘ୍ର ଲାଗୁ କରି ଓଡିଶାର ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକ ଙ୍କୁ ନ୍ଯାୟ ଦିଅନ୍ତୁ ବୋଲି ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result