No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ପଦ୍ମପୁର :- ରାଜ୍ୟ ସରକାରଙ୍କ ର କୋଭିଡ ଗାଇଡ ଲାଇନ ଅନୁସାରେ,ପଦ୍ମପୁର ସହର କୁ ପ୍ରଶାସନ ତରଫରୁ ସଟ୍ ଡାଉନ ଘୋଷଣା କରାଯାଇଥିଲା । ସକାଳ ୫ଘ ରୁ ସଂଧ୍ଯା ୬ ଘ ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯାଉଥିଲା । ଶନିବାର ଓ ରବିବାର କେତୋଟି ନିତ୍ଯ ବ୍ଯବହାର୍ଯ୍ଯ ଦ୍ରବ୍ଯର ବିକ୍ରି କରିବାକୁ ଛାଡି ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସପ୍ତାହାନ୍ତ ସଟଡାଉନ କୁ କଡାକଡି କରା ଯାଇଥିଲା । ଅଥଚ ଗତ ୨୮ ତାରିଖ ରୁ ମେ ୪ ପର୍ଯ୍ୟନ୍ତ ବେସରକାରୀ କିଛି ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ବରଗଡ ଜିଲ୍ଲାପାଳ ଓ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଜାଣତରେ ସଟଡାଉନ ର ସ୍ଥିତି ବଦଳି ଯାଇଛି । ସକାଳ ୬ ଘ ରୁ ୯ ଘ, ମାତ୍ର ତିନି ଘଣ୍ଟା ପାଇଁ କେବଳ କିରାନା ଦୋକାନ,କ୍ଷୀର ଫଳମୂଳ ଦୋକାନ,ଆମିଷ ଦୋକାନ ଓ ପନିପରିବାର ହାଟ ଖୋଲା ଯାଉଛି ବା ଦେଖିବାକୁ ମିଳୁଛି । ଏଇଟା ସତ ଯେ,ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସବୁ ଠାରୁ ଆଶ୍ଚର୍ଯ୍ୟ ବିଷୟ ଭିତରେ ୨୮ ତାରିଖର ସଟଡାଉନ ଘୋଷଣା ପରେ ତୁଳନାତ୍ମକ ଭାବେ ସଂକ୍ରମିତଙ୍କ ସଂଖ୍ଯା ୨୮ ରେ ପହଂଚିଛି ।
ଶୁଣିବାକୁ ମିଳୁଛି ଯେ, କିଛି ସଂକ୍ରମିତ ବ୍ୟକ୍ତି ଓ ତାଙ୍କର ପରିବାର ଲୋକେ କୋଭିଡ କଟକଣା କୁ ଉଲଂଘନ କରୁଛନ୍ତି । ଯଦି କଥାଟି ସତ୍ଯ,ତାହେଲେ ସାଂଘାତିକ ନୁହେଁ କି । ଏଇ ଦିଗ ପ୍ରତି ପ୍ରଶାସନର ତୀକ୍ଷ୍ମଣ ଦୃଷ୍ଟି ରହିବାର ଆବଶ୍ୟକତା ମନେ ହେଉଛି । ଅନ୍ଯ ପକ୍ଷରେ ରାସ୍ତା କଡରେ,ଠେଲାରେ ଯେଉଁ ମାନେ ଛୋଟିଆ ବ୍ଯବସାୟ ଆଦି କରି ପରିବାର ପ୍ରତିପୋଷଣ କରନ୍ତି ସେମାନେ ବେରୋଜଗାରିଆ ହୋଇ ଚିନ୍ତାରେ ରହିଛନ୍ତି । ସେଇପରି ଡ୍ରାଇଭର,ହେଲପର,ଅଟୋ ଚାଳକ,ରିକସା ଚାଳକ,ମେକାନିକ ତଥା ବିଭିନ୍ନ କ୍ଷେତ୍ରରେ ଚାକିରୀ କରୁଥିବା ଲୋକେ ମଧ୍ଯ ନିଜର ଜୀବନ ଜୀବିକାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅତର୍ଦ୍ଦିତ ସଟ ଡାଉନ ର ସମୟ ଅବଧିକୁ ନେଇ ସେମାନଙ୍କୁ ଦୁଃଶିନ୍ତା ଘାରୁଛି । ବିଶେଷଜ୍ଞ ମାନେ ବିଭିନ୍ନ ଗଣ ମାଧ୍ୟମରେ ମତ ଦେଉଛନ୍ତି ଯେ ଲୋକ ସଂଖ୍ୟା,ସ୍ଥାନର ଆୟତନ,ଜନବସତିର ଘନତ୍ଵ ତଥା ଅର୍ଥନୈତିକ ସ୍ଥିତିକୁ ବିଚାର କୁ ନେଇ ଭିନ୍ନ ଭିନ୍ନ ସ୍ଥାନର ଷ୍ଟ୍ରାଟେଜି ରେ ଭିନ୍ନତା ରଖିବାକୁ ହେବ । ପୁଣି ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର କରୋନାର ଭୟାବହତା ଭିତରେ ଲୋକଙ୍କ ଜୀବନ ଜୀବିକାର ଯେପରି ପ୍ରଭାବିତ ନ ହେବ ସେଥି ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । ପଦ୍ମପୁର ପ୍ରଶାସନ ବାସ୍ତବତାକୁ ଗୁରୁତ୍ୱ ଦେଇ ସଟ ଡାଉନ ର ଷ୍ଟ୍ରାଟେଜିକୁ ବଦଳାଇବାର ଜରୁରୀ ମନେ ହେଉଛି ।
ତିନି ଘଣ୍ଟା ପାଇଁ ପନିପରିବାର ହାଟ ଖୋଲା ଯାଉଛି । ଭିଡକୁ ଦେଖି ସ୍ଥାନ ପରିବର୍ତ୍ତନ କରାଯାଉଛି କିନ୍ତୁ ପରିସ୍ଥିତିକୁ ସୁହାଇବା ଭଳି ଭିତ୍ତିଭୂମି ସୃଷ୍ଟିର ଅଭାବ ଦେଖା ଯାଉଛି । ପ୍ରଶାସନ ତରଫରୁ କେବଳ ମଝି ମଝିରେ କିଛି ସରକାରୀ ପ୍ରତିଷ୍ଠାନ କୁ ସାନିଟାଇଜ ( ବିଶୋଧନ ) କରା ଯାଉଛି,ହେଲେ ସହରର ଅନେକ ଜରୁରୀ ସ୍ଥାନକୁ ଏଥି ପାଇଁ ଗୁରୁତ୍ୱ ଦିଆଯାଉ ନାହିଁ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସୀମିତ ସମ୍ବଳ ଭିତରେ ସହରର ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ପ୍ରୟାସ ଚାଳିଛି ସତ, ହେଲେ ଆବଶ୍ୟକତା ଅନୁଯାୟୀ ସମ୍ବଳର ବିକାଶ ପାଇଁ କୌଣସି ଯୋଜନା ହାତକୁ ନିଆଯାଉ ନାହିଁ । ସହରର ଏଠି ସେଠି ଅଳିଆ ଗଦା ଜମା ହୋଇ ରହିଛି । ନାନ୍ଦ ଗୁଡିକ ନିୟମିତ ଭାବେ ସଫା କରା ଯାଉନାହିଁ । ବ୍ଲିଚିଙ୍ଗ ପାଉଡର,ମଶାତେଲ,ଫିନେଲ ଆଦି ଠିକ ଭାବେ ବ୍ଯବହାର କରା ଯାଉନାହିଁ । କରୋନା ସଂକ୍ରମଣ କୁ ନେଇ ସେପରି ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହଁ । କରୋନା ସଂକ୍ରମଣ କୁ ରୋକିବା ପାଇଁ ସଟଡାଉନ ନିଶ୍ଚିତ ଭାବେ ଜରୁରୀ,ତା ସହିତ ଜରୁରୀ ମଧ୍ଯ ଏକ ସଠିକ ଷ୍ଟ୍ରାଟେଜି । ଏଇ ଦୃଷ୍ଟି କୋଣରୁ ପଦ୍ମପୁର ପ୍ରଶାସନ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଆଲୋଚନା ମାଧ୍ୟମରେ ସଠିକ ଷ୍ଟ୍ରାଟେଜି ନିରୂପଣ କରିବା ଠିକ ହେବ ବୋଲି ମନେହୁଏ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result