No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା ଗ୍ରାମରୁ ବୁର୍ଡିପଡାକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତାଟି ଏବେ ଆଁ କଲାଣି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ୨୦୧୯-୨୦ ଆର୍ଥିକ ବର୍ଷରେ ପଞ୍ଚାୟତ ସମିତି ପକ୍ଷରୁ ନିର୍ମିତ ଏହି ରାସ୍ତାଟି ୫ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ତେବେ ଗତ ସେପ୍ଟେମ୍ବର ୨୦୨୦ରେ ନିର୍ମିତ ରାସ୍ତାଟି ୭ମାସ ବ୍ୟବଧାନରେ ଫାଟି ଆଁ କରିଛି ।
ଯାହା ଫଳରେ ଠିକାଦାର ଓ କନିଷ୍ଠ ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। ରାସ୍ତା କଂକ୍ରିଟ ପରେ ଉପଯୁକ୍ତ ଭାବରେ ପାଣି ଦିଆଯାଇ ନ ଥିଲା ଯାହା ଦ୍ଵାରା ରାସ୍ତାଟି ଫାଟି ପଡୁଥିବା ପଲସାପଡା ଗ୍ରାମବାସୀ ଦାବି କରିଛନ୍ତି। ଏବେ ଏହି ରାସ୍ତାର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )
No Result
View All Result