No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ଗ୍ରାମର ଜଣେ ମହିଳା ଙ୍କ ନିକଟକୁ ହ୍ୱାଟସ୍ଅପ୍ ଯୋଗେ ଅଶ୍ଳୀଳ ଭିଡିଓ ପଠାଇବା ଅପରାଧ ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗତ ଜାନୁଆରୀ ୨୦ ତାରିଖରେ ମହିଳା ଜଣକ ଉକ୍ତ ଭିଡିଓ ପାଇବା ପରେ ସ୍ଥାନୀୟ ଥାନେରେ ଏତଲା ଦେଇଥିଲେ । ପୋଲିସ ଅନୁସନ୍ଧାନ ଜାରି ରଖିଥିଲା ।
ହେଲେ ସମ୍ପୃକ୍ତ ଜଣକ ଫେରାର ଥିଲା । କାଶୀନଗର ଆଇଆଇସି ସୁଶାନ୍ତ ସାହୁ ଏନେଇ ଅଧିକ ତଦନ୍ତ କରି ଅପରାଧୀ ଦୁଷ୍ମନ୍ତ ନାୟକଙ୍କୁ ଜଗତସିଂପୁର ରୁ ଗିରଫ କରିବା ପରେ କାଶୀନଗର ଥାନାକୁ ଅଣା ଯାଇଥିଲା । ଏକ କେସ ରୁଜୁ କରାଯାଇ ତାକୁ କୋର୍ଟକୁ ଚାଲାଣ କରାଯାଇଛି । ଏନେଇ କାଶୀନଗର ଥାନାରେ ୧୦/୨୧ରେ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result