No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ଏପ୍ରିଲ , ଗୁରୁବାର ) ରଣପୁର :- ରଣପୁର ରେ ଏବେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେତେକ ପଞ୍ଚାୟତ ଓ ଏନଏସି ଅଞ୍ଚଳ ରେ କୋଭିଡି ସଂକ୍ରମଣ ବୃଦ୍ଧି ହେଉଛି । ଯେତିକି କରୋନା ଚିହ୍ନଟ ହେଉଛି ,ବେଳକୁ ବେଳ ରଣପୁର ପୋଲିସ ପକ୍ଷରୁ କଡା କଡ଼ି ସେତିକି ଅଧିକା ହୋଇଛି । ଜିଲ୍ଲାପାଳ ମାନଙ୍କ ନିର୍ଦେଶ ଅନୁଯାୟୀ ସପ୍ତାହ ରେ ଶନିବାର ରବିବାର ସଟଡାଉନ ବଳବତ୍ତର ରହୁଥିବା ବେଳେ ଅନ୍ୟ ଦିନ ମାନଙ୍କରେ ରାତ୍ରି ୯ ଟା ପର ଠାରୁ ଦୋକାନ ବଜାର , ଯାନବାହନ ଚଳାଚଳ କୁ ବନ୍ଦ କରାଯାଉଛି ।
ଏତଦ ବ୍ୟତୀତ ରଣପୁର ପୋଲିସ ର କରୋନା କଟକଣା ଦିଗରେ ଭଲ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ଏନଏସି ର ୧୫ ଟି ୱାର୍ଡ ରେ କଡାକଡି ପ୍ରହରା ଦେଉଛି ପୋଲିସ । ଦେଶବ୍ୟାପୀ କରୋନା କଟକଣା କୁ ସାରା ରାଜ୍ୟ କଡାକଡି ପାଳନ କରୁଥିବା ବେଳେ ରଣପୁର ରେ ସଚେତନ ର ଦୃଶ୍ୟ ଦେଖିବାକୁ ମିଳିଛି । ବ୍ୟବସାୟୀ ସଙ୍ଘ ମଧ୍ୟ ଏହି ନିୟମ କୁ ପାଳନ କରିଥିବା ଦେଖାଦେଇଛି । ସକାଳ ୬ ରୁ ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ହେବା ସହ କିଣା ବିକା , ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି ।
ସାରା ଅଞ୍ଚଳବାସୀ ମାସ୍କ ପରିଧାନ କରୁଥିବା ବେଳେ ରାତ୍ରି କର୍ଫ୍ୟୁକୁ ସୁଚାରୁ ରୁପେ ପାଳନ କରୁଛନ୍ତି ଅଞ୍ଚଳବାସୀ । ପ୍ରତ୍ୟେକ ୱାର୍ଡ ରେ ପୋଲିସ ର କଡାକଡି ପ୍ରହରା ,ମାସ୍କ ତଦାରଖ ଏବଂ ପେଟ୍ରୋଲିଂ କରୁଛି ପୋଲିସ ଭ୍ୟାନ । ରଣପୁର ଥାନା ର ଅଧିକାରୀ ଙ୍କ ଉପସ୍ଥିତି ରେ କରୋନା ସଚେତନ କରିବା ସହ ଅମାନିଆ ଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।
No Result
View All Result