ବ୍ରହ୍ମପୁର ପୁର (ଓଡିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର ପୁର 28.2.2020 :- ବ୍ରହ୍ମପୁର ପୁର ରେଳ ଷ୍ଟେସନ୍ଠାରୁ ଏକ ସ୍ୱତନ୍ତ୍ର ରେଳ ଯୋଗେ ୯୭୦ ଜଣ ବରିଷ୍ଠ ନାଗରିକ ଦକ୍ଷିଣ ଭାରତର ରାମେଶ୍ୱରମ୍, ମଦୁରାଇ, ତିରୁ ପତି ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସପ୍ତାହବ୍ୟାପୀ ତୀର୍ଥଯାତ୍ରାରେ ଗଜ ପତି, କୋରା ପୁଟ, ନବରଙ୍ଗ ପୁର, ମାଲକାନଗିରି, ରାୟଗଡ଼, କନ୍ଧମାଳ ଓ ବୌଦ୍ଧ ଏପରି ୭ଟି ଜିଲ୍ଲାର ମନୋନୀତ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି । ଆଜି ଏହାକୁ ମହାଆଡଞ୍ଚର ସହକାରେ ବ୍ରହ୍ମପୁର ରେଳଷ୍ଟେସନ୍ରୁ ପଯୋଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ବ୍ରହ୍ମପୁର ପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଛତ୍ର ପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା, ପାଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, କବି ସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବିଜେଡ଼ି ଜିଲ୍ଲା ସଭା ପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁରର ଉ ପଜିଲ୍ଲା ପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ବାସୁଦେବ ପ୍ରମୁଖ ଉ ପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କର ଆରାମଦାୟକ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ଏହି ଯାତ୍ରୀମାନଙ୍କ ସହିତ ୩୦ ଜଣ ଅଧିକାରୀ ଯାଇଛନ୍ତି,ଯେଉଁମାନେ ସେମାନଙ୍କୁ ସୁରୁଖୁରୁ ତୀର୍ଥାଟନରେ ସହେଯୋଗ କରିବେ ।
ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଓ ଭାରତୀୟ ରେଳବାଇ ତରଫରୁ ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂର୍ବ ରାତିରେ ରହିବା, ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ । ଆଗାମୀ ଦିନରେ ଅନୁରୂ ପ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଞ୍ଚଲ ପୁରରୁ ଆଗ୍ରା, ମଥୁରା ଓ ବୃନ୍ଦାବନ ଏବଂ ଭୁବନେଶ୍ୱରରୁ ପ୍ରୟାଗରାଜ ଓ ବନାରସ ତୀର୍ଥଯାତ୍ରାଙ୍କୁ ତୀର୍ଥାଟନରେ ନେବା ବନ୍ଦୋବସ୍ତ କରାଯାଇଥିବା ଜଣା ପଡ଼ିଛି ।